ETV Bharat / bharat

2 ପୋଲିସକର୍ମୀ ତଳେ ଶୋଇବା ଫଟୋ ଭାଇରାଲ, ଆଇପିଏସ୍ ଅଧିକାରୀ ଲେଖିଲେ 'ଗର୍ବ ହେ' - corona warriors' sleeping on the ground

ଲକଡାଉନ ସମୟରେ ନିଜ କଥା ଓ ନିଜ ପରିବାର କଥା ଚିନ୍ତା ନକରି ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି ପୋଲିସକର୍ମୀ । ଏହି ସମୟରେ ରାସ୍ତାରେ ଶୋଇବାର ଫଟୋ ହୋଇଛି ଭାଇରାଲ । ଅଧିକ ପଢନ୍ତୁ...

corona warriors
2 ପୋଲିସକର୍ମୀ ତଳେ ଶୋଇବାର ଫଟୋ ଭାଇରାଲ
author img

By

Published : Apr 25, 2020, 2:47 PM IST

ନୂଆଦିଲ୍ଲୀ: ଦୁଇ ପୋଲିସ କର୍ମଚାରୀଙ୍କ ତଳେ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରକୁ ଅରୁଣାଚଳ ପ୍ରଦେଶର ଆଇପିଏସ୍ ଅଧିକାରୀ ମଧୁର ବର୍ମା ସେୟାର କରିଛନ୍ତି। ଏନେଇ ଭର୍ମା କୋରୋନା ଭାଇରସ ମହାମାରୀ ସମୟରେ କାମ କରୁଥିବା ଦୁଇ କୋରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ।

corona warriors
2 ପୋଲିସକର୍ମୀ ତଳେ ଶୋଇବାର ଫଟୋ ଭାଇରାଲ

ଲକଡାଉନ ମଧ୍ୟରେ ଏହି ଚିତ୍ର ସାମ୍ନାକୁ ଆସିଛି । ଡାକ୍ତରଙ୍କ ସହ ପୋଲିସକର୍ମୀ ମଧ୍ୟ କୋରୋନା ଜୀବାଣୁ ବିରୋଧରେ ଲଢେଇରେ ଆଗେଇ ଆସିଛନ୍ତି ଏବଂ ଅନେକ ପରିବାର ସଦସ୍ୟଙ୍କୁ ସଂକ୍ରମିତ ନହେବା ପାଇଁ ସଚେତନ ଦେବା ପାଇଁ ସେମାନଙ୍କ ଘରୁ ଦୂରରେ ରହିଛନ୍ତି। ଫଟୋ ସେୟାର କରି ବର୍ମା ଲେଖିଛନ୍ତି ଯେ, ଏହି କୋରୋନା ଯୋଦ୍ଧାଙ୍କୁ ଆରାମଦାୟକ ଶଯ୍ୟା ଏବଂ 8 ଘଣ୍ଟା ଶୋଇବା କଣ ଆବଶ୍ୟକ ନାହିଁ କି ? ସେନେଇ ମୁଁ ଏମାନଙ୍କ ପାଇଁ ଗର୍ବିତ " ।

ଏହି ଫଟୋ ଟି ସୋସିଆଲ ମିଡିଆରେ 29 ହଜାରରୁ ଅଧିକ ଲାଇକ୍ ଏବଂ 5 ହଜାରରୁ ଅଧିକ 'ରିଟ୍ୱିଟ' ପାଇଛି । ଅନେକ ଲୋକ ମନ୍ତବ୍ୟ ଦେଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.