ମନିଲା: କୋରେନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି । ଏଭଳି ପରିସ୍ଥତିକୁ ଦୃଷ୍ଟିରେ ରଖି ବହୁ ଦେଶରେ ଲକଡାଉନ ଲାଗୁ କରାଯାଇଛି । ଏହାମଧ୍ୟରେ ଫିଲିପାଇନ୍ସରେ ଲକଡାଉନ ଅବଧି ମେ 15 ଯାଏଁ ବୃଦ୍ଧି କରାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଫିଲିପାଇନ୍ସ ସରକାର ।
ଫିଲିପାଇନ୍ସ ମୁଖ୍ୟପାତ୍ର ହ୍ୟାରି ରୋକ୍ୟୁ ଘୋଷଣା କରିଛନ୍ତି ଯେ, କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟି ରଖି ଦେଶରେ ଆଉ ଦୁଇ ସପ୍ତାହ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।
ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଫିଲିପାଇନ୍ସ 6981 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 722 ଜଣ ସୁସ୍ଥ ହୋଇଥିବା ବେଳେ 462 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।