ETV Bharat / bharat

6 ଦିନରେ ପେଟ୍ରୋଲ 1 ଟଙ୍କା ହ୍ରାସ

author img

By

Published : Oct 9, 2019, 11:08 AM IST

ଗତ 6 ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି । ତେବେ କ୍ରମାଗତ ଭାବେ ଖସୁଥିବା ତୈଳ ଦର ବୁଧବାର ସ୍ଥିର ରହିଛି । ଦିଲ୍ଲୀରେ ଗତ 6 ଦିନ ମଧ୍ୟରେ 1.02 ଟଙ୍କା ହ୍ରାସ ପାଇଥିବାବେଳେ ପେଟ୍ରୋଲ 68 ପଇସା ହ୍ରାସ ପାଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଲଗାତାର 6 ଦିନ ଧରି ତୈଳ ଦରରେ ହ୍ରାସ ପାଇବା ପରେ ବୁଧବାର ସ୍ଥିର ରହିଛି । କ୍ରମାଗତ ଭାବେ 6 ଦିନ ଧରି ତେଲ ଦର ଖସୁଥିବାବେଳେ ତେଲ କମ୍ପାନୀ ଗୁଡ଼ିକ ବୁଧବାର କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ପେଟ୍ରୋଲ 17 ପଇସା ଓ ଚେନ୍ନାଇରେ 18 ପଇସା କମିଥିଲା । ସେହିଭଳି ଡିଜେଲ ଦିଲ୍ଲୀ ଓ କୋଲକାତାରେ 10 ପଇସା ଲେଖାଏଁ କମିଥିବାବେଳେ ମୁମ୍ବାଇ ଏବଂ ଚେନ୍ନାଇରେ 11 ପଇସା ଲେଖାଏଁ କମିଥିବା ଜଣାପଡ଼ିଛି ।

ତେବେ ଲଗାତାର 6 ଦିନ ଧରି ତୈଳ ଦରରେ ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ପାଖାପାଖି 1.02 ଟଙ୍କା କମିଥିବା ବେଳେ ଡିଜେଲ ଦର 68 ପଇସା କମିଥିବା ଜଣାପଡ଼ିଛି । ତେବେ ଇଣ୍ଡିଆନ ଅଏଲ ଓ୍ବେବସାଇଟରୁ ମିଳିଥିବା ଦର ଅନୁଯାୟୀ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଯଥାକ୍ରମେ 73.59 ଟଙ୍କା, 76.23 ଟଙ୍କା, 79.20 ଟଙ୍କା, 76.43 ଟଙ୍କା ରହିଥିବା ଜଣାପଡ଼ିଛି ।

ସେହିପରି ଉପରୋକ୍ତ ଚାରିଟି ମହାନଗରରେ ଡିଜେଲ ଦର ଯଥାକ୍ରମେ 66.81 ଟଙ୍କା, 69.17 ଟଙ୍କା, 70.03 ଟଙ୍କା ଏବଂ 70.57 ଟଙ୍କା ରହିଥିବା ଜଣାପଡ଼ିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.