ଲକ୍ଷ୍ନୌ: କାଶୀ ବିଶ୍ବନାଥ ମନ୍ଦିରରେ ପ୍ରିୟଙ୍କା ଗାନ୍ଧୀଙ୍କ ପୂଜାପାଠକୁ ବିରୋଧ କରି କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛି ଅଦାଲତ । ବାରଣାସୀ କୋର୍ଟରେ ଆଜି(ମଙ୍ଗଳବାର) ଏହି ମାମଲାର ଶୁଣାଣି କରାଯାଇଥିଲା । ଅଦାଲତ ମାମଲାର ଶୁଣାଣି କରି କହିଛନ୍ତି ଯେ, ମନ୍ଦିରରେ କାହାର ପୂଜା କରିବା ଦ୍ବାରା କାହାର ଭାବନା ଆଘାତ ହୁଏନାହିଁ ।
ସୂଚନା ଅନୁଯାୟୀ ଓକିଲ କମଲେଶ ଚନ୍ଦ୍ର ତ୍ରିପାଠୀ 2019 ମସିହା ମାର୍ଚ୍ଚ 20 ତାରିଖରେ ପ୍ରିୟଙ୍କା ଭଦ୍ରା ଗାନ୍ଧୀଙ୍କ କାଶୀ ବିଶ୍ବନାଥ ମନ୍ଦିର ପ୍ରବେଶକୁ ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ଆବେଦନ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏସପି ଯାଦବଙ୍କ କୋର୍ଟରେ ଥିଲା, ଆବେଦନ ପତ୍ରର ଶୁଣାଣିବେଳେ କୁହାଯାଇଛି ଯେ, ବାବା ବିଶ୍ବନାଥଙ୍କର କୌଣସି ଜାତି, ଧର୍ମ ନାହିଁ । ବାବା ସମସ୍ତଙ୍କର ବୋଲି ମନ୍ଦିରର ମହନ୍ତ କହିଛନ୍ତି ।
ଏଣୁ ପ୍ରିୟଙ୍କା ଭଦ୍ରା ମଧ୍ୟ ହିନ୍ଦୁ ଭାବନା ନେଇ ମନ୍ଦିରକୁ ଯାଇଥିଲେ । ତେଣୁ କାହାର ମନ୍ଦିର ପ୍ରବେଶର ଅନ୍ୟ କାହାର ଭାବନା ଆଘାତ ହୁଏ ନାହିଁ ବୋଲି ଅଦାଲତ କହିଛି ।
ତେବେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗାନ୍ଧୀ 2019 ମସିହାରେ ବିଶ୍ବନାଥ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ । ସେ ଖ୍ରୀଷ୍ଟିଆନ ପରିବାରରୁ ଆସିଥିବାରୁ ବିଶ୍ବନାଥ ମନ୍ଦିରରେ ତାଙ୍କର ପୂଜାର୍ଚ୍ଚନାକୁ ବିରୋଧ କରାଯାଇଥିଲା । ଏହା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି କହି ଅଦାଲତରେ ଏକ ଆବେଦନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ