ବେଙ୍ଗାଲୁରୁ: ମହାମାରୀ କୋରୋନା ନେଇ ଦେଶର ସବୁ ରାଜ୍ୟ ଲକଡାଉନ ରହିଛି । ଏହି ଭୂତାଣୁ ବ୍ୟାପିବାରେ ନିୟନ୍ତ୍ରଣ ରଖିବା ନେଇ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ନେଇ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହାକୁ ସମସ୍ତେ ପାଳନ କରି ଘରେ ବସିରହିଛନ୍ତି । ଦେଶରୁ ଶୀଘ୍ର ଭୂତାଣୁର ବିନାଶରେ ସହଯୋଗ କରୁଛନ୍ତି । କିନ୍ତୁ ରବିବାର କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର କିଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ ।
ଏଠିକାର ଲୋକମାନେ ସାମାଜିକ ଦୂରତା ନୀତି ଅବଲମ୍ବନ ନକରି ନିଜର ନିତିଦିନିଆ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏହାପରେ ମଧ୍ୟ ଲୋକ ସଚେତନ ନହୋଇ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଛି ।
@ANI