କାଠୁଆ: ଚାରିଆଡେ କୋଭିଡ 19ର ଆତଙ୍କ । ପରିସ୍ଥିତି ଏପରି ଯେ ପ୍ରତି ମଣିଷକୁ ଘାରିଛି ସଂକ୍ରମଣର ଡର । ଏପରି ସ୍ଥିତିରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବାରେ ଲାଗିଛନ୍ତି ଡାକ୍ତର ଓ ନର୍ସ ।
ଏହି ଅବସରରେ ଜମ୍ମୁ ଓ କାଶ୍ମୀରରେ ଏକ ନିଆରା ଦୃଶ୍ୟ ସମସ୍ତଙ୍କ ମନ କିଣି ନେଇଛି । ଦିନ ରାତି 24 ଘଣ୍ଟା ଲୋକଙ୍କ ସେବାରେ ଲାଗିଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ମାନ ଦେଇଛନ୍ତି ଲୋକେ । ସେମାନଙ୍କ ଉପରେ ଫୁଲ ବର୍ଷା କରି ପ୍ରଶଂସା କରିଛନ୍ତି ।
କାଠୁଆର ଏକ ହସ୍ପିଟାଲରେ ସୋମବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି । କୋରୋନା ଭାଇରସ ଯୋଗୁଁ ଲକଡାଉନ ଘୋଷଣା ହୋଇଥିବାବେଳେ ସ୍ବାସ୍ଥ୍ୟ କର୍ମୀ ସେମାନଙ୍କ ସେବା ଜାରି ରଖିଛନ୍ତି । ଏଥିପାଇଁ ସମ୍ମାନ ପ୍ରଦର୍ଶନ ପୂର୍ବକ ଲୋକେ ସେମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୌଜନ୍ୟ@ANI