ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ଖୋଲିଛି ମଦ ଦୋକାନ । ଦୋକାନ ଖୋଲୁ ଖୋଲୁ ଲୋକଙ୍କ ଲମ୍ବା ଲାଇନ । ସାମାଜିକ ଦୂରତ୍ବକୁ ଭୁଲି ଆଗୁଆ କିପରି ମଦ ନେବେ ସେଥି ଲାଗି ଲଗାଇଥିଲେ ଲମ୍ବା ଲାଇନ । ଦିଲ୍ଲୀ ହେଉ କି କର୍ଣ୍ଣାଟକ, ଛତିଶଗଡ ହେଉ କି ମଧ୍ୟପ୍ରଦେଶ ସବୁଠି ଦେଖିବାକୁ ଲାଗିଥିଲା ଲୋକଙ୍କ ଗହଳିଚହଳି ।


କର୍ଣ୍ଣାଟକରେ ରାଜ୍ୟ ସରକାର ସକାଳ 9ଟାରୁ 7 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ହେଲେ ଏଠି ଲୋକେ ସକାଳୁ ସକାଳୁ ଆସି ମଦ ନେବାକୁ ଧାଡିବାନ୍ଧି ଛିଡା ହୋଇଛନ୍ତି । ସେହିପରି ଦିଲ୍ଲୀ ସରକାର ମଦ ବ୍ରିକ୍ରି ଉପରେ ଅନୁମତି ଦେବା ପରେ ଲକ୍ଷ୍ମୀ ନଗର ଅଞ୍ଚଳରେ ମଧ୍ୟ ଲୋକେ ପରସ୍ପରକୁ ଧକ୍କା ଦେଇ ମଦ ପାଇଁ ଆଗେଇ ଚାଲିଥିଲେ । ଏକ କିଲୋମିଟର ଦୂର ଯାଏ ଲୋକେ ଲମ୍ବା ସାଇନ ଲଗାଇଥିଲେ । ଛତିଶଗଡରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଦୃଶ୍ୟ ଏମିତି ବି ଥିଲା କେହି କେହି ମଦ ପେଟି ଉଠାଇନଥିଲେ । ଆଉ କେତେକ 4 -5 ବୋତେଲ ନେବାକୁ ଭୁଲି ନଥିଲେ । ଅନ୍ୟପଟେ, କେତେକ ଲୋକେ କୋରୋନାକୁ ଡରି ଲକଡାଉନ ନିୟମ ମାନିଥିବାର ଦେଖିବାକୁ ମିଳିଥିଲା । ମୁହଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ବଜାୟୀ ରଖିଥିଲେ ।

ଆଜି ଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି । ଲକଡାଉନ ପିରିୟଡରେ ଖୋଲା ରହିବ ମଦ ଦୋକାନ । ରେଡ, ଗ୍ରୀନ ଓ ଅରେଞ୍ଜ ଜୋନଗୁଡିକୁ ଅନୁମତି ମିଳିଛି ହେଲେ କଣ୍ଟେନମେଣ୍ଟ ଅଞ୍ଚଳରେ ନିଷେଧ କରାଯାଇଛି । କୋରୋନାକୁ ପ୍ରତିହତ କରିବାକୁ କେବଳ ଗୋଟିଏ ଉପାୟ ପରସ୍ଫର ଠାରୁ ସାମାଜିକ ଦୂରତ୍ବ ବଜାୟୀ ରଖିବା । ହେଲେ ଏଠି ତ କାହାରିକୁ କୋରୋନା ପ୍ରତି ଖାତିର ନାହିଁ ।