ETV Bharat / bharat

ପରିବେଶ ପାଇଁ ପେପର ପେନସିଲ, ଫିଙ୍ଗିଲେ ହେବ ଗଛ - Pen from waste newspapers

ଏଣିକି ପେନସିଲ ଫିଙ୍ଗିଲେ ସେଥିରୁ ହେବ ଗଛ । ଏହି ପେନସିଲଟି ଅଦରକାରୀ ଖବରକାଗଜ, ବିଭିନ୍ନ ଫୁଲ ଓ ପନିପରିବା ମଞ୍ଜିରୁ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

Pen from waste newspapers  boosts  PM Modi’s ‘Go Green’ campaign
ପରିବେଶ ପାଇଁ ପେପର ପେନସିଲ, ଫୋପାଡିଲେ ହେବ ଗଛ...
author img

By

Published : Feb 22, 2020, 11:58 PM IST

ଅହମଦାବାଦ: ଏଣିକି ପେନସିଲ ଫିଙ୍ଗିଲେ ସେଥିରୁ ହେବ ଗଛ । କାରଣ ଏହି ପେନସିଲ କୌଣସି ଗ୍ରାଫାଇଟ୍‌ କିମ୍ବା କାଠରୁ ପ୍ରସ୍ତୁତ ନୁହେଁ । ଏହି ପେନସିଲଟି ଅଦରକାରୀ ଖବରକାଗଜ, ବିଭିନ୍ନ ଫୁଲ ଓ ପନିପରିବା ମଞ୍ଜିରୁ ପ୍ରସ୍ତୁତ ହୋଇଛି । ଯାହା ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟୀ । ଆଉ ଏଭଳି ପେନସିଲ ପ୍ରସ୍ତୁତ କରିଛନ୍ତି ଔଦ୍ୟୋଗିକ ସହରର 2 ଦମ୍ପତି ।

ରିବେଶ ପାଇଁ ପେପର ପେନସିଲ, ଫୋପାଡିଲେ ହେବ ଗଛ...

କୁନାଲ ପିଟାଲିଆ ଓ ତାଙ୍କ ଧର୍ମପତ୍ନୀ ଶୃତି ପିଟାଲିଆ ଅଦରକାରୀ ଖବରକାଗଜରୁ ଏମିତି ଏକ ଇକୋ-ଫ୍ରେଣ୍ଡଲୀ ପେନସିଲର ପ୍ରସ୍ତୁତ କରିଛନ୍ତି । ଯାହା ପରବର୍ତ୍ତୀ ସମୟରେ ପରିବେଶ ପାଇଁ ହିତକାରକ ହେବ । କେବଳ ଏତିକି ନୁହେଁ ଏହି ପେନସିଲ ତାର ବ୍ୟବହାରକାରୀଙ୍କୁ ଉତ୍ସାହିତ କରିଥାଏ । ବିଶେଷ କରି ସ୍କୁଲ ଯାଉଥିବା ପିଲାମାନଙ୍କୁ ଏହା ମଞ୍ଜି ବୁଣି ଚାରା ରୋପଣ କରିବାକୁ ଉତ୍ସାହିତ କରେ ।

'କିନ୍‌' ନାମରେ ନାମିତ ଏହି ପେନସିଲକୁ ଖବରକାଗଜରୁ ପ୍ରସ୍ତୁତ କରିବାକୁ ଉଭୟ ଦମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଗୋ ଗ୍ରୀନ' ଆହ୍ବାନରୁ ପ୍ରେରଣା ପାଇଥିଲେ । ତେବେ ଏହି ପେନସିଲର ଶେଷ ମୁଣ୍ଡରେ ଏକ ଛୋଟ ଆବରଣ ଥାଏ । ଯେଉଁଥିରେ ତୁଳସୀ, ଜୀରା, ମେଥି, ମେରିଗୋଲ୍ଡ, ଟମାଟୋ ମଞ୍ଜି ରହିଛି । ଏହି ପେନସିଲର ବ୍ୟବହାର ପରେ ଏହାକୁ ରୋଷେଇ ଘର ବଗିଚାରେ ଲଗାଯାଇପାରିବ । ପରେ ମଞ୍ଜି ଗୁଡିକ ଚାରା ରୂପ ନେଇଥାଏ । ତେବେ ପରିବେଶ ପାଇଁ ଉପଯୋଗୀ ଏହି ପେନସିଲକୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଏବଂ କଲେଜରୁ ଭଲ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଅନେକ କର୍ପୋରେଟ କମ୍ପାନୀ ଏହି ପେନସିଲ ପାଇଁ ଅର୍ଡର ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.