ପାଟନା: ରାମ ମନ୍ଦିର ନିର୍ମାଣ ପାଇଁ 10 କୋଟି ଦାନ କଲା ମହାବୀର ମନ୍ଦିର ଟ୍ରଷ୍ଟ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ବିହାର ରାଜଧାନୀ ପାଟନାରେ ଥିବା ମହାବୀର ମନ୍ଦିର ଟ୍ରଷ୍ଟ 10 କୋଟି ଟଙ୍କା ଦାନ କରିଛନ୍ତି ।
ତେବେ ଅଯୋଧ୍ୟା ଯାଇ 2 କୋଟି ଟଙ୍କାର ଚେକ୍ ଦାନ କରିବା ସହ ଆମେ ମାନେ ମୋଟ 10 କୋଟି ଟଙ୍କା କିସ୍ତି ଆକାରରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବୁ ବୋଲି ମହାବୀର ମନ୍ଦିର ଟ୍ରଷ୍ଟ ସେକ୍ରେଟାରୀ କିଶୋର କୁନାଲ କହିଛନ୍ତି ।
ଏଥିସହ ସେ କହିଛନ୍ତି 1818 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ବାରା ନିର୍ମିତ 30ଟି ମୁଦ୍ରା ମହାବୀର ମନ୍ଦିର ଦାନ ବାକ୍ସରୁ ମିଳିଛି । ଯେଉଁଥିରେ ଶ୍ରୀ ରାମ, ସୀତାଜୀ, ଲକ୍ଷ୍ମଣ ଜୀ ଏବଂ ହନୁମାନଜୀଙ୍କ ଛବି ମୁଦ୍ରାର ଏକ ପାର୍ଶ୍ବରେ ରହିଛି । ଯାହା ରାମ ମନ୍ଦିର ପାଇଁ ରଖାଯାଇଛି ।
ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ