ETV Bharat / bharat

କୋରୋନା ପାଇଁ ମରିଗଲା ମାନବିକତା: ଖାଲରେ ପଡି କୋଭିଡ ରୋଗୀଙ୍କ ମୃତ୍ୟୁ - Health Min Slams 'Negligent' Officials

ମରିଗଲା ମାନବିକତା । ଖାଲରେ ଖସିପଡ଼ିଲେ କୋରୋନା ଆକ୍ରାନ୍ତ ଏବଂ ତାଙ୍କ 14 ବର୍ଷୀୟ ଝିଅ, ହେଲେ କେହି ଆସିଲେନି ଉଦ୍ଧାର କରିବାକୁ । ଶେଷରେ ପ୍ରାଣ ହରାଇଲେ କୋରୋନା ଆକ୍ରାନ୍ତ । ଘଟଣା ହେଉଛି ରାଜସ୍ଥାନର ବିକେନାର ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହସ୍ପିଟାଲ ବାହାର ଖାଲରେ ଖସି ପଡ଼ିଲେ କୋରୋନା ଆକ୍ରାନ୍ତ

author img

By

Published : Jun 24, 2020, 7:27 AM IST

ଜୟପୁର: ମରିଗଲା ମାନବିକତା । ଖାଲରେ ଖସିପଡ଼ିଲେ କୋରୋନା ଆକ୍ରାନ୍ତ ଏବଂ ତାଙ୍କ 14 ବର୍ଷୀୟ ଝିଅ, ହେଲେ କେହି ଆସିଲେନି ଉଦ୍ଧାର କରିବାକୁ । ଉଦ୍ଧାର ପାଇଁ ଝିଅର ଡାକ ସମସ୍ତେ ଶୁଣୁଥିଲେ, ହେଲେ କୋରୋନା ଭାଇରସ ଭୟରେ କେହି ସହଯୋଗରେ ହାତ ବଢ଼ାଇନଥିଲେ । ଶେଷରେ କୋରୋନା ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଘଟଣା ରାଜସ୍ଥାନର ବିକେନାର ଜିଲ୍ଲାରେ ।

ସୋମବାର ପିବିଏମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆକ୍ରାନ୍ତ ଜଣଙ୍କ । ହସ୍ପିଟାଲର ରେଷ୍ଟରୁମ ବାହାରେ ଯାଉଥିବା ବେଳେ ପାଣିରେ ଗୋଡ ଖସିଯିବାରୁ ପାଖରେ ଥିବା ଏକ ଖାଲରେ ଖସି ପଡିଥିଲେ ଆକ୍ରାନ୍ତ ଜଣଙ୍କ । ଆକ୍ରାନ୍ତଙ୍କ ସହିତ ତାଙ୍କର 14 ବର୍ଷୀୟ ଝିଅ ମଧ୍ୟ ଖସି ପଡ଼ିଥିଲେ । ବାପାକୁ ଉଦ୍ଧାର କରିବା ପାଇଁ ଝିଅଟି ଆକୁଳ ନିବେଦନ କରିଥିଲା ହେଲେ ଦୀର୍ଘ ସମୟ ପରେ ହସ୍ପିଟାଲ ଅଧିକାରୀ ଉଦ୍ଧାର କରିଥିବା ସୂଚନା ରହିଛି ।

ଜଣେ ହସ୍ପିଟାଲ ନର୍ସ କହିଛନ୍ତି, କୋରୋନା ପାଇଁ ମାନବିକତା ମଧ୍ୟ ମରିଯାଇଛି । କୋରୋନା ସଂକ୍ରମଣ ଭୟରେ ଉଭୟ ଆକ୍ରାନ୍ତ ହୋଇଥିବାରୁ କେହି ଉଦ୍ଧାର କରିବାକୁ ଆସିନଥିଲେ । ଏହାପରେ ଝିଅଟି ତାଙ୍କ ମା'ଙ୍କୁ ଫୋନ୍ କରିଥିଲେ । ଏହାପରେ ତାଙ୍କ ମା' ଘର ମାଲିକକୁ ଫୋନ୍ କରି ଜଣାଇଥିଲେ । ଖବର ଶୁଣି ପଡୋଶୀ ଜଣଙ୍କ ଜିଲ୍ଲାର ସିଡିଏମଓଙ୍କୁ ଫୋନ୍ କରି ଜଣାଇଥିଲେ । ହେଲେ ସ୍ବାସ୍ଥ୍ୟକର୍ମୀ ଘଟଣାସ୍ଥଳକୁ ଆସିବା ବେଳକୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ବିକେନାର ଜିଲ୍ଲାପାଳ ମଧ୍ୟ ସିଡିଏମଓଙ୍କ ସହିତ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ଏହାପରେ ସ୍ବାସ୍ଥ୍ୟକର୍ମୀ ଆସି ଆକ୍ରାନ୍ତଙ୍କୁ ଉଦ୍ଧାର କରିଥିଲେ ।

ଆକ୍ରାନ୍ତଙ୍କୁ ଚିକିତ୍ସା କରିବାକୁ ଥିବା ଡକ୍ଚର ସଲିମ୍ କହିଛନ୍ତି, ଉକ୍ତ କୋରୋନା ଆକ୍ରାନ୍ତ ଜଣଙ୍କ ଉଦ୍ଧାର ହେବା ପରେ ସେ ବିଶ୍ରାମ ଗୃହକୁ ଆସିଥିଲେ । ସେଠାରେ ସେ ପରିଶ୍ରା କରିବାକୁ ଯାଇଥିଲେ । ତେବେ କିଛି ସମୟ ପରେ କବାଟ ନଖୋଲିବାରୁ ସାଙ୍ଗରେ ଥିବା ଆଟେଣ୍ଡାଣ୍ଟ ଜଣଙ୍କ ତାଙ୍କୁ କହିଥିଲେ । ଏହାପରେ ଶୌଚାଳୟ ଖୋଲିବା ପରେ ଆକ୍ରାନ୍ତ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ଡାକ୍ତର ଜଣଙ୍କ କହିଛନ୍ତି ।

ଏହି ଘଟଣାକୁ ନେଇ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପ୍ରତିକ୍ରିୟା ରଖିଛନ୍ତି, ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.