ETV Bharat / bharat

ପତଞ୍ଜଳିର ବଡ ଦାବି, ବାହାରିଲା କୋରୋନା ଟୀକା - ପତଞ୍ଜଳି

ବିଶ୍ବବ୍ୟାପୀ ତାଣ୍ଡବ ରଚିଥିବା କୋରୋନା ଭାଇରସର ପ୍ରତିହତ ପାଇଁ ଅନୁସନ୍ଧାନ ଜାରି ରହିଛି । ଇତିମଧ୍ୟରେ ପତଞ୍ଜଳି କୋରୋନା ପାଇଁ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଦାବି କରିଛନ୍ତି ପତଞ୍ଜଳି ଆୟୁର୍ବେଦର କୋ-ଫାଉଣ୍ଡର ଆଚାର୍ଯ୍ୟ ବାଲକୃଷ୍ଣ । ଅଧିକ ପଢନ୍ତୁ...

Patanjali claim to make covid-19 medicines
କୋରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲା ପତଞ୍ଜଳି
author img

By

Published : Jun 11, 2020, 7:05 PM IST

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ତାଣ୍ଡବ ରଚିଥିବା କୋରୋନା ଭାଇରସର ପ୍ରତିହତ ପାଇଁ ଅନୁସନ୍ଧାନ ଜାରି ରହିଛି । ଏଯାବତ୍ ଏହାର କୌଣସି ପ୍ରତିଷେଧକ କିମ୍ବା ଟୀକା ବାହାରିନଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ଭ୍ୟାକ୍ସିନ ଆସିବା ନେଇ ଦାବି କରାଯାଉଛି । ଇତିମଧ୍ୟରେ କୋରୋନା ପାଇଁ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଦାବି କରିଛନ୍ତି ପତଞ୍ଜଳି ଆୟୁର୍ବେଦର କୋ-ଫାଉଣ୍ଡର ଆଚାର୍ଯ୍ୟ ବାଲକୃଷ୍ଣ ।

ଏହି ଔଷଧରେ 1 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ବି ସେ କହିଛନ୍ତି । ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ, ଭିନ୍ନ ଭିନ୍ନ ସ୍ଥାନରେ ଥିବା କୋରୋନା ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଇଛି । ଯେଉଁଥିରୁ ପ୍ରାୟ 80 ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମହାମାରୀ କୋରୋନା ଚୀନ ସହ ସାରା ଦେଶରେ ପାଦ ଥାପିଲା ସେ ସମୟରୁ ତାଙ୍କ ସଂସ୍ଥାର ପ୍ରତ୍ୟେକ ବିଭାଗ କେବଳ କୋରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ପ୍ରସ୍ତୁତି କାମ ଆରମ୍ଭ କରିଥିଲେ । ଯାହାର ଫଳ ଏବେ ସାମାନକୁ ଆସିଛି । ଏହି ଔଷଧର ସଫଳ ପରୀକ୍ଷଣ କରାଯିବା ସହ ସମ୍ପୂର୍ଣ୍ଣ ଭାବେ ଏହା ପ୍ରସ୍ତୁତ ହୋଇସାରିଛି ।

ଶାସ୍ତ୍ର, ବେଦର ଜ୍ଞାନକୁ ବୈଜ୍ଞାନିକ ଫର୍ମୁଲାରେ ମିଶାଇ ଆୟୁର୍ବେଦିକ ସାମଗ୍ରୀ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଇଛି । ତେବେ ଏହି ଔଷଧର ପ୍ରସ୍ତୁତି ପାଇଁ ପତଞ୍ଜଳିର ଶହ ଶହ ବୈଜ୍ଞାନିକ ଦିନରାତି ଏହା ଉପରେ କାମ କରୁଥିଲେ । ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.