ETV Bharat / bharat

ସପ୍ତଦଶ ଲୋକସଭାରେ ମୋଦିଙ୍କ ନୂଆ ମନ୍ତ୍ର

ଦ୍ବିତୀୟ ଇଂନିସ ଆରମ୍ଭ କରିସାରିଛନ୍ତି ମୋଦି ସରକାର। 2014ରେ ଯେଉଁ ‘ସବକା ସାଥ୍, ସବକା ବିକାଶ’ ନାରା ଦେଇ 5 ବର୍ଷ ଧରି କାର୍ଯ୍ୟ କରିଥିଲେ ସେହି ବିଶ୍ବାସରେ ଦେଶବାସୀ ପୁଣି ମୋଦି ସରକାରକୁ ବହୁ ମତରେ ବିଜୟୀ କରିଛନ୍ତି । ଏହି ବିଜୟ ପରେ ମୋଦିଙ୍କ ମନ୍ତ୍ରରେ ଯୋଡି ହୋଇଛି ଆଉ ଏକ ପଦ, ‘ସବକା ବିଶ୍ବାସ’ । 17ତମ ଲୋକସଭାରେ କିଛି ନୂଆ ଓ ଅଲଗା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଡିଜାଇନ ଫଟୋ
author img

By

Published : Jul 10, 2019, 1:11 PM IST

ହାଇଦ୍ରାବାଦ: ସଂସଦରେ ବିତର୍କ ଏକ ସ୍ବଭାବିକ କଥା । ଭଲ ବିତର୍କ ବିଧାନସଭା ହେଉ କିମ୍ବା ଲୋକସଭା କେଉଁଠି ବି ଆଉ ଦେଖିବାକୁ ପ୍ରାୟ ମିଳୁନାହିଁ । ଖରାପ ରାଜନୀତି ଫଳରେ ଉଭୟ ବିଧାନସଭା ଓ ଲୋକସଭାର ମାନ କ୍ଷୁର୍ଣ୍ଣ ହେବାରେ ଲାଗିଛି । ବିଶ୍ବର ସମସ୍ତ ଗଣତନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ଭାରତ ଅନ୍ୟତମ। ନୂଆ ସରକାର ଗଠନ କରିବାରେ ସଂସଦ ଗୁରୁ ଦାୟିତ୍ବ ବହନ କରେ । ଚଳିତ ବର୍ଷ ଦେଶରେ 17ତମ ଲୋକସଭା କାର୍ଯ୍ୟକାଳ ଆରମ୍ଭ ହୋଇଛି । ନୂଆ ଲୋକସଭା ଆରମ୍ଭ ହେବା ପରେ ପୁରୁଣା ଲୋକସଭା ଭଙ୍ଗ ହୋଇସାରିଛି। ଦ୍ବିତୀୟ ଥର ପାଇଁ ଦେଶର ଶାସନଭାର ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଭାରତ ପାଇଁ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଦେଶକୁ ଏକଜୁଟ ହୋଇ କାର୍ଯ୍ୟକରିବାକୁ ଅନୁରୋଧ କରିଥିଲେ । ଦେଶର ବିକାଶ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ବିନା କୌଣସି ରାଜନୈତିକ ଷଡଯନ୍ତ୍ରରେ ସମସ୍ତଙ୍କୁ ଏକ ସୁସ୍ଥ ବାତାବରଣରେ ଦେଶର ବିକାଶରେ ଆଗେଇବାକୁ ଆହ୍ବାନ ଦେଇଛି ମୋଦି ସରକାର । 17ତମ ଲୋକସଭାରେ କିଛି ନୁଆ ଓ ଅଲଗା ଦେଖିବାକୁ ମିଳିଛି। ଏଥରକ ସଂସଦରେ ମହିଳାଙ୍କୁ ବେଶି ଗୁରୁତ୍ବ ଦିଆଯାଇଛି । ପ୍ରାୟ 78 ଜଣ ମହିଳା ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା ଯାହା ଅନ୍ୟଦେଶ ତୁଳନାରେ ଅଧିକ । ପ୍ରାୟ 300ଜଣ ସାଂସଦ ପ୍ରଥମ ଥର ଲୋକସଭାରେ ପାଦ ଦେଇଥିଲେ ଓ ଏହା ସହ ପ୍ରାୟ 394ଜଣ ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ।

ସଂସଦକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରକାରଙ୍କ ମୂଳ ଉଦ୍ଦେଶ୍ୟ ‘ସବକା ସାଥ, ସବକା ବିକାଶ’ ବିଷୟରେ ଚର୍ଚ୍ଚା କରିଥିଲେ । ଭେଦଭାବରୁ ଦୂରେଇ ସମସ୍ତଙ୍କୁ ଭାଇ ଭାଇ ହୋଇ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଗୋଟେ ଦେଶ ଶ୍ରେଷ୍ଠ ଦେଶ ଅନେକତାରେ ଏକତା, ଏହାକୁ ନେଇ 2014ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନର ମୂଳମନ୍ତ୍ର ଦେଇଥିଲେ ‘ସବକା ସାଥ, ସବକା ବିକାଶ’ । ଯଦି ଦେଶକୁ ଆଗକୁ ନେବାର ଅଛି ତେବେ ଦେଶର 121କୋଟି ଜନତାଙ୍କୁ ଏକାଠି ହେବାର ଅଛି । ମୋଦି ସରକାର 5 ବର୍ଷ ଏହି ମନ୍ତ୍ରରେ କାମ କରିଚାଲିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଏହାର ପ୍ରତଫଳନ ଦେଖିବାକୁ ମିଳିଥିଲା। ଏହା ସହ ପୂର୍ବ ମନ୍ତ୍ର ସହ ଯୋଡି ଦେଲେ ‘ସବକା ବିଶ୍ବାସ’ ଅର୍ଥ ‘ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ବାସ’ ।

ସପ୍ତଦଶ ଲୋକସଭାରେ ଗୋଟିଏ ପଟେ ସମସ୍ତଙ୍କ ବିଶ୍ବାସ ଜିତିବୁ ବୋଲି କହିଥିବା ବେଳେ ଅନ୍ୟପକ୍ଷେ ମୁସଲମାନ ସମ୍ପଦ୍ରାୟଙ୍କୁ କିଭଳି ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରାଯାଉଛି ସେ ବିଷୟରେ ମଧ୍ୟ କହିଥିଲେ । ଏହାସହ କେବଳ ଚାଷୀ ନୁହେଁ ବରଂ ଅନ୍ୟ ଶ୍ରେଣୀର ଲୋକଙ୍କୁ କିପରି ମୁଖ୍ୟ ସ୍ରୋତକୁ ଅଣାଯିବ ସେ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ବିକାଶ, ବିଶ୍ବାସକୁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ସ୍ବାଗତ କରିଛନ୍ତି ।

ତେବେ ଯେତେବି ବିକାଶର ଆହ୍ବାନ କରିଥିଲେ ମଧ୍ୟ ବିରୋଧି ଦଳଙ୍କ ହୋ ହାଲ୍ଲା ନୀତି ଯୋଗୁଁ ଷୋଡଶ ଲୋକସଭାକୁ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥିଲା । 2014ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ବିରୋଧି ଦଳ ପ୍ରତି ସହାନୁଭୁତି ଦେଖାଇଥିଲେ ତେଣୁ ଲୋକସଭାର ତିନୋଟି ଅଧିବେଶନ ବେଶ ଭଲରେ ବିତିଥିଲା ମାତ୍ର ପରେ ଦୁଷ୍ଟ ରାଜନୀତିର ପ୍ରବେଶ ପରେ 16ତମ ଲୋକସଭାର ଅନ୍ୟ କାର୍ଯ୍ୟ ଭଲରେ ଚାଲି ପାରିନଥିଲା। ପ୍ରଥମ ତିନି ଅଧିବେଶନ ଏବେ ବି ଶ୍ରେଷ୍ଠ ଅଧିବେଶନ ଥିଲା ବୋଲି କୁହାଯାଇପାରେ ।

ଦେଶ ଗଠନ ପାଇଁ ବିରୋଧିଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମୋଦି କହିଥିଲେ । ଲୋକସଭାରେ ବିରୋଧିଙ୍କ ମନ୍ତବ୍ୟର ମହତ୍ତ୍ବ ରହିଛି । ବିରୋଧିଙ୍କ ବିଚାରକୁ ସମ୍ମାନ ମଧ୍ୟ ଦିଆଯିବ ଏହାସହ ବିରୋଧିଙ୍କ ପୁରା ଅଧିକାର ଅଛି ଯାହା ଭୁଲ ସେହି ବିଷୟରେ ସ୍ବର ଉତ୍ତୋଳନ କରିଯିବାର ଆବଶ୍ୟକତା ରହିଛି। ଏହା ସକରାତ୍ମକ ହେବା ଆବଶ୍ୟକ । ହୋ ହାଲ୍ଲା ନକରି ସବୁ କ୍ଷେତ୍ରରେ ସମାନ ଭାଗିଦାରୀ ରହିଲେ ଦେଶର ବିକାଶ ସମ୍ଭବ । ବ୍ରିଟିଶ ସଂସଦ ବର୍ଷରେ 160 ଦିନ ଅଧିବେଶନ ରଖିଥାଏ ଏଥିମଧ୍ୟରୁ 20 ଦିନ ବିରୋଧିଙ୍କ ମତକୁ ମହତ୍ତ୍ବ ଦିଆଯାଇଥାଏ। ମାତ୍ର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ବୁଧବାର 30 ମିନିଟ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି । ତେବେ ସତ କହିବାକୁ ଗଲେ ଦେଶର ବିକାଶ ଓ ଅଭିବୃଦ୍ଧି ପାଇଁ ଉଭୟ ସରକାର ଓ ବିରୋଧୀ ଦଳଙ୍କୁ ଏକସାଥିରେ କାର୍ଯ୍ୟ କରିବାକୁ ହେବ ନହେଲେ ପ୍ରଧାନମନ୍ତ୍ରୀଙ୍କ ‘ସବକା ବିଶ୍ବାସ’ ମନ୍ତ୍ର କାମ ଦେବନି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.