ETV Bharat / bharat

ମହାମାରୀ ସମୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିଛି ଟେଲି ମେଡିସିନ

author img

By

Published : May 13, 2020, 4:53 PM IST

ମହାମାରୀ ସମୟରେ ଯେଉଁଠି ଲୋକେ ଘରୁ ବାହାରି ପାରୁନାହାନ୍ତି ସେଇଠି ସ୍ବାସ୍ଥ୍ୟସେବା କୁ ସହଜ କରିଛି ଟେଲି ମେଡିସିନ । ଟେଲିକମ୍ ଟେକ୍ନୋଲୋଜି ମାଧ୍ୟମରେ ରୋଗୀଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରୁଥିବାରୁ ବହୁ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଛି ।

ମହାମାରୀ ସମୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିଛି ଟେଲି ମେଡିସିନ
ମହାମାରୀ ସମୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିଛି ଟେଲି ମେଡିସିନ

ହାଇଦ୍ରାବାଦ: ଲକଡାଉନରେ ବିଶ୍ବବାସୀ । ବାହାରକୁ ଯିବାଠୁ ଆରମ୍ଭ କରି ସାମାଜିକ ବୈଠକ କରିବାରେ ଲାଗିଛି ପ୍ରତିବନ୍ଧକ । ହେଲେ ଲକଡାଉନରେ ବେସ ଲୋକ ପ୍ରିୟତା ହାସଲ କରିଛି ଟେଲି ମେଡିସିନ । ଅର୍ଥାତ ଟେଲି ମେଡିସିନ୍ ବା ଟେଲିକମ୍ ଟେକ୍ନୋଲୋଜି ମାଧ୍ୟମରେ ରୋଗୀଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରୁଥିବାରୁ ବହୁ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଛି ।

ଏକ ଆନ୍ତର୍ଜାତୀୟ ପତ୍ରିକା ଅନୁଯାୟୀ, ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଟେଲି ହେଲଥ୍ ସେଣ୍ଟରର ନିର୍ଦ୍ଦେଶକ ତଥା ପାର୍ଟନର୍ସ ହେଲଥ କେୟାରରେ ଭର୍ଚୁଆଲ୍ କେୟାରର ଉପାଧ୍ୟକ୍ଷ ଲି ଏଚ୍ ସ୍ବାମ୍ ଏବଂ ତାଙ୍କ ସହକର୍ମୀମାନେ ବିଶ୍ୱାସ କରନ୍ତି ଯେ ସମୟ ଏବଂ ଦୂରତାର ପ୍ରତିବନ୍ଧକକୁ ଦୂର କରି ଭର୍ଚୁଆଲ୍ କେୟାର, ଯତ୍ନ ଯୋଗାଇବା ପାଇଁ ଅତ୍ୟନ୍ତ ଉପଯୋଗୀ, ଯାହା ରୋଗୀ-କେନ୍ଦ୍ରିତ, କମ୍ ମୂଲ୍ୟ, ଯତ୍ନ ନେବା ପାଇଁ ପାରମ୍ପାରିକ ପଦ୍ଧତି ଅପେକ୍ଷା ଅଧିକ ସୁବିଧା ଜନକ ହୋଇପାରିଛି ।

ସେ କହିଛନ୍ତି ଯେ ବର୍ତ୍ତମାନ ଏବଂ ନିକଟ ଭବିଷ୍ୟତରେ ରୋଗୀ ଏବଂ ଆମ୍ବୁଲେଟୋରୀ କେୟାର ସେବା ଯୋଗାଇବାକୁ ଏହି ଭର୍ଚୁଆଲ ପଦ୍ଧତି ଗୁରୁତ୍ତ୍ବପୂର୍ଣ୍ଣ । ଭର୍ଚୁଆଲ କେୟାର ସୁଯୋଗ ବିଷୟରେ ଏହି ପତ୍ରିକା ବର୍ଣ୍ଣନା କରିଛି । ଏହାସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପ୍ରଣାଳୀକୁ ମଧ୍ୟ ଏହି ପନ୍ଥା ଆପଣାଇବାକୁ ପରାମର୍ଶ ଦେଇଛି । ମହାମାରୀ ସମୟରେ ଏହା ଏକ ବିରାଟ ମାର୍ଗ ଦର୍ଶକ ବୋଲି ପତ୍ରିକାରେ ଉଲ୍ଲେଖ କରାଯାଇଛି ।

ଲାନସେଟ୍ ଡିଜିଟାଲ୍ ହେଲ୍ଥରେ, ଡାକ୍ତର ସ୍ବାମ୍ ଏବଂ ସହ ଲେଖକମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ଭର୍ଚୁଆଲ୍ କେୟାର ବିତରଣରେ ଦୁଇଟି ଉଦ୍ଭାବନ ବିଷୟରେ ଉଲ୍ଲେଖ କରିଛନ୍ତି । ଗୋଟିଏ ହେଉଛି ଭର୍ଚୁଆଲ୍ ରାଉଣ୍ଡ ଏବଂ ଆରଟି ହେଉଛି ଭର୍ଚୁଆଲ୍ ଇଣ୍ଟରକମ୍ ଯୋଗାଯୋଗ ବ୍ୟବସ୍ଥା ।

ଭର୍ଚୁଆଲ୍ ରାଉଣ୍ଡ ପାରମ୍ପାରିକ ଡାକ୍ତରୀ ରାଉଣ୍ଡକୁ ପୁନଃ ଡିଜାଇନ୍ କରିବାକୁ ଚେଷ୍ଟା କରେ । ଯେଉଁଠାରେ ବହୁ ସଂଖ୍ୟକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ବାରମ୍ବାର କମ୍ପ୍ୟୁଟର ସ୍କ୍ରିନ କିମ୍ବା ପରୀକ୍ଷଣ ଫଳାଫଳ ଉପରେ ଏକତ୍ରିତ ହୋଇ ଚିକିତ୍ସା ବିକଳ୍ପ ବିଷୟରେ ଆଲୋଚନା କରନ୍ତି । ସେହିପରି ଭର୍ଚୁଆଲ୍ ଇଣ୍ଟରକମ୍ ଯୋଗାଯୋଗ ପ୍ରଣାଳୀ ଡାକ୍ତରଖାନାର ଯେକୌଣସି ସ୍ଥାନରୁ ଭିଡିଓ ସ୍କ୍ରିନରେ ରୋଗୀମାନଙ୍କ ସହିତ ମନିଟରିଂ ଏବଂ ଯୋଗାଯୋଗ କରାଯାଇଥାଏ । ଡକ୍ଟର ସ୍ବାମ ଆହୁରୀ ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ସମୟରେ ରୋଗୀଙ୍କ ଚିକିତ୍ସା କରିବାକୁ ଏହା ଅନୁମତି ଦେଇଛି । ଏହାଦ୍ବାରା କର୍ମଚାରୀମାନେ ନିଜର ମଧ୍ୟ ସୁରକ୍ଷା କରିବା ସହ ରୋଗୀଙ୍କ ସେବା କରିପାରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.