ମୁମ୍ବାଇ: ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଆଉ 2 ସପ୍ତାହ ଲକଡାଉନ ବୃଦ୍ଧି କରାଯାଇଛି । ଏହାମଧ୍ୟରେ ମୁମ୍ବାଇ ପାଲଘର ଭିଡହିଂସା ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ବାଡା ପୋଲିସ ଷ୍ଟେସନରେ ପୋଲିସ ହେପାଜତରେ ଥିଲା । ଏପଟେ ଅଭିଯୁକ୍ତ ଜଣଙ୍କ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ତାଙ୍କ ସମ୍ପର୍କରେ ଆସିଥିବା 43ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।
ପ୍ରକାଶ ଥାଉକି, ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 37336 ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 26167 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 9950 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1218 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।