ଇସଲାମାବାଦ: ବେକ ପର୍ଯ୍ୟନ୍ତ ପହଞ୍ଚିଛି ବନ୍ୟା ପାଣି । କେଉଁ ମୁହୁର୍ତ୍ତରେ ବନ୍ୟାର ସ୍ରୋତ ଭସାଇନେବ ତାହା କହିହେବ ନାହିଁ । ତଥାପି ନିଜ ଜୀବନକୁ ବାଜି ଲଗାଇ ରିପୋର୍ଟିଂ କରୁଛନ୍ତି ଜଣେ ପାକିସ୍ତାନୀ ସାମ୍ବାଦିକ । ବେକ ପର୍ଯ୍ୟନ୍ତ ପାଣିରେ ବୁଡି ବନ୍ୟାର ରିପୋର୍ଟିଂ କରୁଛନ୍ତି ସେ । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓଟି ଅଜଦର ହୁସେନର । ସେ ପାକିସ୍ତାନର ଜି-ଟିଭି ନାମକ ଏକ ନ୍ୟୁଜ ଚ୍ୟାନେଲରେ ରିପୋର୍ଟର ଭାବେ କାମ କରନ୍ତି । ତେବେ ଚ୍ୟାନେଲଟି ପଞ୍ଜାବ କ୍ଷେତ୍ରର ସିନ୍ଧି ନଦୀରେ ହୋଇଥିବା ବନ୍ୟାର ଏକ ରିପୋର୍ଟ ପ୍ରସାରଣ କରିଛି । ଯେଉଁଥିରେ ଅଜଦର ହୁସେନ ବେକ ପର୍ଯ୍ୟନ୍ତ ପାଣିରେ ବୁଡି ରିପୋଟିଂ କରୁଥିବା ନଜର ଆସିଛନ୍ତି ।
ତେବେ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଭିନ୍ନ ୟୁଜର୍ସ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । କେତେକ ୟୁଜର୍ସ ଏହାକୁ ଖୁବ୍ ପସନ୍ଦ କରିବା ସହ ଅଜଦର ହୁସେନଙ୍କ କାମ ପ୍ରତି ନିଷ୍ଠାକୁ ଦେଖି ତାଙ୍କ ପ୍ରଶଂସା କରିଛନ୍ତି । ସେପଟେ ଆଉ କେତେକ ୟୁଜର୍ସ ଏହାକୁ ଟ୍ରୋଲ କରିଛନ୍ତି ।