ETV Bharat / bharat

ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁରେ ଯୋଗୀଙ୍କ ପ୍ରଶଂସା, ଇମ୍ରାନଙ୍କ ସହ କଲେ ତୁଳନା

author img

By

Published : Jun 8, 2020, 1:55 PM IST

କୋରୋନା ମୁକାବିଲା ନେଇ ସବୁବେଳେ ସଜାଗ ରହିଥିବା ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ପୁଣି ଭାରତର ସବୁଠୁ ବଡ ଶତ୍ରୁ ଦେଶ ପାକିସ୍ତାନ ଠାରୁ । ଅଧିକ ପଢନ୍ତୁ...

ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁରେ ଯୋଗୀଙ୍କ ପ୍ରଶଂସା, ଇମରାନଙ୍କ ସହ କଲେ ତୁଳନା

ଲକ୍ଷ୍ନୌ: କେବଳ ଦେଶ କି ବିଶ୍ବ ନୁହେଁ, ଭାରତର ସବୁଠାରୁ ବଡ ଶତ୍ରୁ ପାକିସ୍ତାନ ମଧ୍ୟ କୋରୋନା ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରୁଛି । ପାକିସ୍ତାନର ଲୋକପ୍ରିୟ ଖବରକାଗଜ ‘ଡନ୍’ର ସମ୍ପାଦକ ଫହଦ ହୁସୈନ କୋରୋନା ସମୟରେ ଯୋଗୀଙ୍କ ରଣନୀତିକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ କରି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ଏବଂ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକଳାପକୁ ତୁଳନା କରିଛନ୍ତି ଏବଂ ଯୋଗୀ ନେତୃତ୍ୱଙ୍କୁ ଇମ୍ରାନଙ୍କ ଅପେକ୍ଷା ଭଲ ବୋଲି ବର୍ଣ୍ଣନା କରିଛନ୍ତି ।

ଫହଦ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ଜନସଂଖ୍ୟା ପାକିସ୍ତାନ ଅପେକ୍ଷା ଅନେକ ଗୁଣା ଅଧିକ, କିନ୍ତୁ କୋରୋନା ସମୟରେ ମୃତ୍ୟୁ ସଂଖ୍ୟା ୟୁପିରେ ପାକିସ୍ତାନଠାରୁ କମ । ସେ କହିଛନ୍ତି ଯେ, ଯେଉଁଠାରେ ପାକିସ୍ତାନର ଜନସଂଖ୍ୟା 208 ନିୟୁତ ହେବାବେଳେ, ୟୁପିର 225 ନିୟୁତ, ତେବେ ଉତ୍ତରପ୍ରଦେଶରେ ପାକିସ୍ତାନ ଅପେକ୍ଷା ବ୍ୟବସ୍ଥା ଭଲ ରହିଛି ।

ଫହଦ ନିଜ ଟ୍ୱିଟ ସହିତ ଏକ ଗ୍ରାଫ ଆଡକରି ଲେଖିଛନ୍ତି ଯେ, ଏହି ଗ୍ରାଫକୁ ଭଲଭାବେ ଦେଖନ୍ତୁ, ଏହା ପାକିସ୍ତାନ ଏବଂ ଭାରତର ୟୁପି ରାଜ୍ୟରେ କୋରୋନାରେ ମୃତ୍ୟୁ ସଂଖ୍ୟାର ତୁଳନା। ଉଭୟଙ୍କର ଜନସଂଖ୍ୟା, ସ୍ବାକ୍ଷରତା ଏବଂ ପ୍ରୋଫାଇଲ ସମାନ। ଉତ୍ତରପ୍ରଦେଶ ତୁଳନାରେ ପାକିସ୍ତାନ କମ ସାନ୍ଦ୍ରତା ବିଶିଷ୍ଟ କିନ୍ତୁ ଜିଡିପି ଅଧିକ । ୟୁପି ଲକଡାଉନକୁ କଡାକଡି ଭାବରେ ଅନୁସରଣ କରିଥିଲା, କିନ୍ତୁ ଏହା ପାକିସ୍ତାନରେ ହୋଇପାରିନଥିଲା। ଫଳସ୍ୱରୂପ ଏଠାରେ ସଂକ୍ରମଣ ଓ ମୃତ୍ୟୁ ହାର ଅଧିକ ଥିବାବେଳେ ଉତ୍ତରପ୍ରଦେଶରେ ଏହା କମ ରହିଛି " ।

ପାକିସ୍ତାନ ଏବଂ ୟୁପିରେ କୋରୋନା ଅବସ୍ଥା

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାର 261 ଥିବାବେଳେ ପାକିସ୍ତାନରେ 98 ହଜାର 943 ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । କୋରୋନାରେ ପାକିସ୍ତାନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 2 ହଜାରରୁ ଊର୍ଦ୍ଧ୍ବ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ 275 ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.