ETV Bharat / bharat

ଅମାନିଆ ପାକ୍, ପୁଣି ନୌସେରାର ସେକ୍ଟରରେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ - Pakistan violates ceasefire along LoC

ତାଗିଦ ଓ ଚେତାବନୀ ପରେ ବି ପାକିସ୍ତାନ ବାରମ୍ବାର ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ କଣ୍ଟ୍ରୋଲ୍ ଲାଇନରେ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଦେଇଛି।

ଅମାନିଆ ପାକ୍, ନୌସେରାର ସେକ୍ଟରରେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ

author img

By

Published : Jun 10, 2020, 10:56 AM IST

ଶ୍ରୀନଗର: ଅମାନିଆ ପାକିସ୍ତାନ। ତାଗିଦ ଓ ଚେତାବନୀ ପରେ ବି ବାରମ୍ବାର ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ। ବୁଧବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ କଣ୍ଟ୍ରୋଲ୍ ଲାଇନରେ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଦେଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 7.30 ସମୟରେ ପାକିସ୍ତାନୀ ସେନା ରଜୌରୀ ଜିଲ୍ଲାର ନୌସେରା ସେକ୍ଟର ଏଲଓସି ନିକଟରେ ଛୋଟ ଅସ୍ତ୍ରଶସ୍ତ୍ର ସହ ଗୁଳି ଚଳାଇବା ସହ ତୀବ୍ର ମୋର୍ଟାର ମାଡ କରିଥିଲେ। ଏହି ସମୟରେ ପ୍ରତିପକ୍ଷକୁ କଡା ଜବାବ ଦେଇଛି ଭାରତୀୟ ଯବାନ।

ସେହିପରି ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାର ସୁଗୋ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ଜାମ୍ମୁ କାଶ୍ମୀର ପୋଲିସର 44 ଟି ଆରଆର ଏବଂ ସିଆରପିଏଫ୍ ର ମିଳିତ ଟିମ୍ ଦ୍ୱାରା ଅପରେସନ ଜାରି ରହିଛି। ଗତ ଏକ ସପ୍ତାହ ମଧ୍ୟରେ ସୋପିଆନ୍ ଠାରେ ଏହା ହେଉଛି ତୃତୀୟ ମୁକାବିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.