ନୂଆଦିଲ୍ଲୀ: ଋଣ ଭାରରେ ବୁଡି ସାରିଛି ଆତଙ୍କବାଦୀଙ୍କ ଜନ୍ମଦାତା ପାକିସ୍ତାନ । ଏହି ଦେଶ ଏବେ ଦେବାଳିଆ ଅବସ୍ଥାରେ । ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଂକଟ ସହ ଦରଦାମ ବୃଦ୍ଧିରୁ ମୁକ୍ତି ପାଇବା ପାଇଁ ମୁଖିଆ ଆମେରିକା ଗସ୍ତରେ । ସାହାଯ୍ୟ ପାଇଁ ଟ୍ରମ୍ପଙ୍କୁ ନେହୁରା କରିଛନ୍ତି ଇମ୍ରାନ ।
କିନ୍ତୁ ୱାଶିଂଟନ ଯେ ପାକିସ୍ତାନକୁ ସାହାଯ୍ୟ କରିବ, ତାହା ଆଶା କରିବା ପାକିସ୍ତାନ ପାଇଁ ହଜମ ହେଉନାହିଁ । କିନ୍ତୁ ଏପରି ଅବସ୍ଥାରେ ମଧ୍ୟ କାଶ୍ମୀର ଆଶା ଛାଡିନି ପାକିସ୍ତାନ । ନିଜ ଦେଶକୁ ସମ୍ଭାଳିବାକୁ ଅକ୍ଷମ ପାକ୍ କାଶ୍ମୀର ପାଇଁ ଟ୍ରମ୍ପଙ୍କ ନିକଟରେ ହାତ ପତାଇଛି । ପାକ ପ୍ରଧାନମନ୍ତ୍ରୀ ଆଲୋଚନାବେଳେ କାଶ୍ମୀର ପ୍ରସଙ୍ଗ ଉଠାଇ ସମାଧାନ ପାଇଁ ଟ୍ରମ୍ପକୁ ନିବେଦନ କରିଛନ୍ତି ।
ସେପଟେ ଟ୍ରମ୍ପ ମଧ୍ୟ ମଧ୍ୟସ୍ଥତାର ପ୍ରସ୍ତାବ ଦେବା ସହ ସମାଧାନ କରିବାକୁ ସକ୍ଷମ ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି ।