ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପାଇଁ ପାକିସ୍ତାନର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ମାଗିଛି ଭାରତ । ତେବେ ପାକିସ୍ତାନ ଏହା ଉପରେ ବିଚାର କରୁଥିବା ଦାବି କରିଛି ପାକିସ୍ତାନୀ ଗଣମାଧ୍ୟମ । ଭାରତ ପାକିସ୍ତାନକୁ ଔପଚାରିକତା ଦୃଷ୍ଟିରୁ ଆକାଶ ପଥ ଖୋଲିବା ପାଇଁ କହିଥିବା ଏହି ଦାବିରେ କୁହାଯାଇଛି । ତେବେ ପାକିସ୍ତାନର ଏହି ଦାବିକୁ ନେଇ ଏବେ ସୁଦ୍ଧା ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନ୍ୟୁୟର୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା'ର ଆକାଶମାର୍ଗ ବ୍ୟବହାର କରିବାକୁ ଅନୁରୋଧ କରିଛି । କିନ୍ତୁ ପାକିସ୍ତାନ ଏହା ଉପରେ ଚିନ୍ତା କରୁଛି ବୋଲି ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 21 ରୁ 27 ଆମେରିକା ଗସ୍ତରେ ଯାଉଛନ୍ତି । ସେଠାରେ ସେ 'ହାୱଡି ମୋଦି' କାର୍ଯ୍ୟକ୍ରମରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମୋଦିଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।