ETV Bharat / bharat

ନିୟମିତ ଜାମିନ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କଲେ ଚିଦାମ୍ବରମ

ନିୟମିତ ଜାମିନ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

author img

By

Published : Sep 11, 2019, 2:58 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ନିୟମିତ ଜାମିନ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ଏହା ସହିତ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇବାର ସିବିଆଇ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ସେ ।

ଗତ ମାସରେ ସିବିଆଇ ଦ୍ବାରା ଗିରଫ ହେବାପରେ ଚିଦାମ୍ବରମ ସିବିଆଇ ହେପାଜତରେ ଥିଲେ । ଏହାପରେ ସେପ୍ଟେମ୍ବର 5 ତାରିଖରେ ରାଉଜ ଏଭେନ୍ୟୁ(ସିବିଆଇ) କୋର୍ଟ ଚିଦାମ୍ବରମଙ୍କୁ 19 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇବାର ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ଏହି ମାମଲାରେ ଚିଦାମ୍ବରମ ଇଡି ଆଗରେ ଆତ୍ମସମର୍ପଣର ଅନୁମତି ପାଇଁ ଏଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି । ସେପ୍ଟେମ୍ବର 12 ସୁଦ୍ଧା କୋର୍ଟରେ ଜବାବ ଦାଖଲ କରିବାକୁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.