ନୂଆଦିଲ୍ଲୀ: ଓୱେସୀଙ୍କ ଟାର୍ଗେଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମିନ୍ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱେସୀ କୋରୋନା ବିରୋଧୀ ଲଢେଇରେ ଆର୍ଥିକ ସହାୟତା ବିନା ରାଜ୍ୟ ସରକାରଙ୍କୁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଥିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯିବା ପରେ ଓୱେସୀ ଏହି ପ୍ରତିକ୍ରିୟା ଦେଇଛନ୍ତି।
1952 ମସିହାରେ, ଆମ ସମ୍ବିଧାନ ନିଷ୍ପତ୍ତି ନେଇଥିଲା ଯେ ସାର୍ବଜନୀନ ଶୃଙ୍ଖଳା, ଜନସ୍ୱାସ୍ଥ୍ୟ ଏବଂ ପୋଲିସର ମୁକାବିଲା କରିବାର କ୍ଷମତା କେବଳ ରାଜ୍ୟଗୁଡିକ ପାଖରେ ରହିଛି। କିନ୍ତୁ 2020ରେ ଅମିତ ଶାହା ମନୋନୀତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ତାଙ୍କୁ ଏ ଅଧିକାର କିଏ ଦେଲା ? ତେବେ କଣ ପାଇଁ ସେମାନେ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ବିନା ଅଧିକ କାର୍ଯ୍ୟ କରିବାକୁ କହୁଛନ୍ତି? ବୋଲି ଓୱେସୀ ଟ୍ବିଟ ଜରିଆରେ କହିଛନ୍ତି ।
ତେବେ ଗତ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ (NDMA) ଅନୁଯାୟୀ ଲକଡାଉନକୁ ଆହୁରି 2 ସପ୍ତାହ ବଢାଇଛନ୍ତି । ଏହି କ୍ରମରେ ଲକଡାଉନ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବାଧ୍ୟତାମୂଳକ ବୋଲି କୁହାଯାଇଛି ।