ଭୋପାଳ: ସାରା ଦେଶରେ କୋଭିଡ ଚିହ୍ନଟ ପାଇଁ 5 ଲକ୍ଷରୁ ଅଧିକ RT-PCR ପରୀକ୍ଷା କରାଯାଇଛି । ଏନେଇ ଭାରତୀୟ ମେଡିକାଲ କାଉନସିଲ ରିସର୍ଚ୍ଚ(ଆଇଏମସିଆର) ସୂଚନା ଦେଇଛି ।
ଜୁନ 6 ତାରିଖ ସୁଦ୍ଧା ଦେଶବ୍ୟାପୀ 50,30,700 ନମୂନା ପରୀକ୍ଷା ସରିଛି । ଗତ 24 ଘଣ୍ଟା ମଧ୍ୟରେ 1,41,682 ଟେଷ୍ଟ କରାଯାଇଛି ବୋଲି ଆଇଏମସିଆର ଜଣେ ଅଧିକାରୀ କହିଛନ୍ତି ।
ଏହା ସହ ସେ କହିଛନ୍ତି, ଦେଶରେ ଟେଷ୍ଟିଂ କ୍ଷମତାକୁ ବଢାଯାଇ 1.4 ଲକ୍ଷକୁ ବୃଦ୍ଧି କରାଯାଇଛି। ଏଥିପାଇଁ 789ଟି ଲାବୋରେଟୋରୀ କାମ କରୁଛି(553 ସରକାରୀ ଏବଂ 231 ବେସରକାରୀ ଲ୍ୟାବ) ।
ସ୍ବାସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ ମୁତାବକ, 24 ଘଣ୍ଟାରେ ପୁଣି 9ହଜାର 85 ନୂଆ କୋରୋନା ମାମଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ମାମଲା 2 ଲକ୍ଷ 76 ହଜାର 5 ଶହ 83ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 7466 ରହିଛି ।
@ANI