ETV Bharat / bharat

ଲକଡାଉନରେ ଆମାନିଆ ମହାରାଷ୍ଟ୍ରବାସୀ: 1.21 ଲକ୍ଷ ମାମଲା ରୁଜୁ - ଲକଡାଉନରେ ଆମାନିଆ ମହାରାଷ୍ଟ୍ରବାସୀ

ମାର୍ଚ୍ଚରୁ ମେ ମଧ୍ୟରେ ପ୍ରାୟ 1.21 ଲକ୍ଷ କେସ ଫାଇଲ କରିଛି ପୋଲିସ । ମୋଟ୍ 1 ଲକ୍ଷ 21 ହଜାର 75ଟି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ଲକଡାଉନରେ ଆମାନିଆ ମହାରାଷ୍ଟ୍ରବାସୀ: 1.21 ଲକ୍ଷ ମାମଲା ରୁଜୁ

author img

By

Published : Jun 2, 2020, 1:38 AM IST

ମୁମ୍ବାଇ: କୋରୋନା ଯୋଗୁଁ ମହାରାଷ୍ଟ୍ରରେ ସ୍ଥିତି ସାଙ୍ଘାତିକ ହୋଇଛି । କିନ୍ତୁ ସଚେତନ ହେଉନାହାନ୍ତି ମହାରାଷ୍ଟ୍ରବାସୀ । ଲକଡାଉନରେ ରାଜ୍ୟରେ ସର୍ବାଧିକ ମାମଲା ନିୟମ ଭାଙ୍ଗି ରୁଜୁ ହୋଇଥିବା ଜଣାପଡିଛି ।

ସୋମବାର ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚରୁ ମେ ମଧ୍ୟରେ ପ୍ରାୟ 1.21 ଲକ୍ଷ କେସ ଫାଇଲ କରିଛି ପୋଲିସ । ଲକଡାଉନ ଭାଙ୍ଗିଥିବାରୁ ଏ ସମସ୍ତ ମାମଲା ରୁଜୁ ହୋଇଥିବା ଦେଶମୁଖ କହିଛନ୍ତି । ମୋଟ୍ 1 ଲକ୍ଷ 21 ହଜାର 75ଟି ମାମଲା ରୁଜୁ ହୋଇଛି । ସେହିପରି 23 ହଜାରରୁ ଅଧିକ ଲୋକଙ୍କୁ ନିୟମ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ସମୟ ମଧ୍ୟରେ 6.11 କୋଟି ଟଙ୍କା ଫାଇନ ଭାବେ ଆଦାୟ ହୋଇଥିବା ସେ ସୂଚନା ଦେଇଛନ୍ତି ।

ସେହିପରି 4 ଲକ୍ଷ 40 ହଜାର 696ଟି ପାସ ଅତ୍ୟାବଶ୍ୟକୀୟ କାମ ପାଇଁ ବଣ୍ଟାଯାଇଛି । 5 ଲକ୍ଷ 92 ହଜାର 580 ଜଣଙ୍କୁ ପୋଲିସ କ୍ବାରେଣ୍ଟାଇନରେ ରଖିଛି । ଲକଡାଉନରେ ପୋଲିସ ଉପରେ 257ଟି ଆକ୍ରମଣ ହୋଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ 835 ଲୋକଙ୍କୁ ଅଟକ କରାଯାଇଛି । 706 ଲୋକ କ୍ବାରେଣ୍ଟାଇନର ନିୟମ ଭାଙ୍ଗିଛନ୍ତି । ବେଆଇନ ପାର୍କିଂ ପାଇଁ 1323 ଗାଡି ଏବଂ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନ ପାଇଁ 76 ହଜାର 883 ଗାଡି ଜବତ କରିଛି ପୋଲିସ । ଭିସା ନିମୟ ଉଲ୍ଲଙ୍ଘନ ପାଇଁ ପୋଲିସ 15ଟି କେସ ରୁଜୁ କରିଛି ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ।

ଏପର୍ଯ୍ୟନ୍ତ କୋରୋନାରେ ମହାରାଷ୍ଟ୍ରର 27 ପୋଲିସ କର୍ମୀଙ୍କର ପ୍ରାଣ ଯାଇଛି । ଏଥିରୁ ମୁମ୍ବାଇରେ 16 ଜଣ ଅଛନ୍ତି । ଏହି ସମୟ ମଧ୍ୟରେ ପୋଲିସ 107ଟି ଆପତ୍ତିଜନକ ପୋଷ୍ଟ ସୋସିଆଲ ମିଡିଆରୁ ଡିଲିଟ୍ କରିଛି । ମେ 31 ଯାଏଁ ମହାରାଷ୍ଟ୍ର ସାଇବର ପୋଲିସ 450ଟି କେସରେ 239 ଲୋକଙ୍କୁ ଗିରଫ କରିଛି ବୋଲି ଦେଶମୁଖ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.