ETV Bharat / bharat

କୋଭିଡ-19 ହଟସ୍ପଟ ଘୋଷିତ ସ୍ଥାନରେ ପାଳନ ହେଲା ପାରମ୍ପରିକ ପର୍ବ - coronavirus

ହଟସ୍ପଟ ଘୋଷିତ ସ୍ଥାନରେ ପାଳନ ହେଲା ପାରମ୍ପରିକ ପର୍ବ । ଏକାଠି ହେଲେ ଶାତଧିକ ଶ୍ରଦ୍ଧାଳୁ। ଅଧିକ ପଢନ୍ତୁ...

Over 100 Gather For Temple Chariot  Event At COVID-19 Hot spot In Karnataka
କୋଭିଡ-19 ହଟସ୍ପଟ ଘୋଷିତ ସ୍ଥାନରେ ପାଳନ ହେଲା ପାରମ୍ପରିକ ପର୍ବ
author img

By

Published : Apr 17, 2020, 6:46 PM IST

ବେଙ୍ଗାଲୁରୁ: ଦେଶରେ କୋରୋନା ଭାଇରସ ବ୍ୟାପିବାରୁ ନିୟନ୍ତ୍ରଣ କରିବା ପାଇଁ ଲକ ଡାଉନ ରହିଛି ଦେଶ । କିନ୍ତୁ ଏହି ସମୟରେ କର୍ଣ୍ଣାଟକର ଏକ ହଟସ୍ପଟ ଘୋଷିତ ସ୍ଥାନରେ ଥିବା ମନ୍ଦିରରେ ପାରମ୍ପାରିକ ରଥ ମହୋତ୍ସବ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ କାଲାବୁରାଗି ସ୍ଥିତ ସିଦ୍ଧଲିଙ୍ଗସ୍ୱାରା ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ମଧ୍ୟ ସାମିଲ ହୋଇଛନ୍ତି ।

ଧାର୍ମିକ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ମଧ୍ୟରେ ଏହି ଘଟଣା ପାଇଁ ଦାୟୀ କିଏ ପ୍ରଶ୍ନ ଉଠିଛି? ପୋଲିସ ପ୍ରାଥମିକ ତଦନ୍ତରୁ 20 ଜଣଙ୍କୁ ଦୋଷୀ ଚିହ୍ନଟ କରିଛି । ଏହାପରେ ଏହି ଘଟଣା ନେଇ ଜଣେ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି।

ପୋଲିସ ଅଧୀକ୍ଷକଙ୍କ କହିବା ଅନୁସାରେ, ପ୍ରାୟ 100-150 ଲୋକ ସିଦ୍ଧଲିଙ୍ଗେଶ୍ୱର ମନ୍ଦିର ନିକଟରେ ପ୍ରାୟ 20 ମିନିଟ ଧରି ରଥ ଟଣାରେ ସାମିଲ ହୋଇଥିଲେ। ଗୁରୁବାର ସନ୍ଧ୍ୟାରେ ଧାର୍ଯ୍ୟ ହୋଇଥିବା ରଥ ଟାଣିବା ପରମ୍ପରାକୁ ବାତିଲ କରିବାକୁ ପ୍ରଥମେ ବିରୋଧ କରାଯାଇଥିଲା । କିନ୍ତୁ ଏଥିରେ ଆୟୋଜକ ରାଜି ହୋଇଥିବାର ଜଣାଯାଇଛି। ବର୍ତ୍ତମାନସୁଦ୍ଧା କାଲାବୁରାଗିରେ ତିନୋଟି କୋରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.