ETV Bharat / bharat

ଜମ୍ମୁ-କଶ୍ମୀର ଓ ଲଦାଖରେ ଅରେଞ୍ଜ ଆଲର୍ଟ ଜାରି - today over heavy rain snowfall in ladakh

ବରଫପାତ ସାଙ୍ଗକୁ ଅତ୍ୟଧିତ ଥଣ୍ଡାରେ ଲତପତ ଜମ୍ମୁକାଶ୍ମୀର ବାସୀ । ଲଦାଖରେ ଆସନ୍ତା 48 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଶ୍ରୀନଗର ପାଣିପାଗ ବିଭାଗ ।

ladakh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Dec 12, 2019, 10:33 AM IST

ଶ୍ରୀନଗର: ଜମ୍ମୁ-କଶ୍ମୀର ଓ ଲଦାଖରେ ଆସନ୍ତା 48 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଶ୍ରୀନଗର ପାଣିପାଗ ବିଭାଗ । ଏହି 3ଟି ସ୍ଥାନରେ ପ୍ରବଳ ମାତ୍ରାରେ ବରଫପାତ ହେବା ନେଇ ଚେତାବନୀ ଦିଆଯାଇଛି । ଆର୍ଲଟ ଓ୍ବାର୍ଣ୍ଣିଂକୁ ନଜରରେ ରଖି ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି ।

ladakh
ହମି ଚାଦରରେ ଘୋଡେଇ ହୋଇଛି ସମଗ୍ର ଅଞ୍ଚଳ

କଶ୍ମୀରର ବରଫପାତ ଅଞ୍ଚଳରେ ସମସ୍ତ ଜରୁରୀ କାଳୀନ ପ୍ରସ୍ତୁତି କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବୁଧବାର ବରଫବର୍ଷା ଯୋଗୁଁ 434 କିମି ଲମ୍ବା ଶ୍ରୀନଗର-ଲେହ ଜାତୀୟ ରାଜପଥ ସହିତ ପୁଞ୍ଛ ଜିଲ୍ଲା ଓ ରାଜୌରୀକୁ ସୋପିଆନ ସହିତି ଯୋଡୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି । ଭିଜିବିଲିଟି କମ ହେତୁ ଲଗାତାର ପଞ୍ଚମ ଦିନ ମଧ୍ୟ ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସମସ୍ତ ଉଡାଣକୁ ରଦ୍ଦ କରିଦିଆଯାଇଛି ।

ladakh
ଜମ୍ମୁକାଶ୍ମୀର ଓ ଲଦାଖରେ ବରଫପାତ ଜାରି

ଶ୍ରୀନଗର ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ କହିବାନୂଯାୟୀ, ଓ୍ବେଷ୍ଟର୍ଣ୍ଣ ଡିସଟର୍ବାନ୍ସ କାରଣରୁ ଗୁରୁବାର ଓ ଶୁକ୍ରବାର ଉକ୍ତ 3ଟି ସ୍ଥାନରେ ପାଣିପାଗ ଖରାପ ରହିବ । ବୁଧବାର ହୋଇଥିବା ବରଫ ପାତ ଯୋଗୁଁ ବାନ୍ଦିପୋରା ସୀମାର କସବା ଗୁରେଜ, କୁପଓ୍ବାଡାର କରନାହ ଓ ଟଙ୍ଗଧାରକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଛି । କିନ୍ତୁ ଜମ୍ମୁ-କଶ୍ମୀର ହାଇଓ୍ବେରେ ସକାଳ ସମୟରେ କଶ୍ମୀର ପଟରୁ ଏକତରଫା ବାହନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।

ବରଫପାତର ପଞ୍ଚମ ଦିନ ଶ୍ରୀନଗର ଓ ଆଖପାଖ ଅଞ୍ଚଳରେ କୁହୁଡି ଏବେ କମ ରହୁଛି । ଶ୍ରୀନଗରରେ ଦିନର ତାପମାତ୍ରାରେ ପରିବର୍ତ୍ତନ ଆସିଛି । ପାରଦ ସାମାନ୍ୟରୁ 3.8 ଡିଗ୍ରୀ ହ୍ରାସପାଇ 6.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଲେହରେ ସର୍ବନିମ୍ନ ତାପମାତ୍ରା -11.5 ଡିଗ୍ରୀ ସେଲସିୟସ ରହିବା ଯୋଗୁଁ ସବୁଠୁ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି ।

Intro:Body:

testing

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.