ETV Bharat / bharat

ବ୍ୟକ୍ତିଙ୍କ ବଦାନ୍ୟତା: ଶରୀର ସମର୍ପି ସାଜିଲେ 7 ଜଣଙ୍କ ଜୀବନ ଦାତା - ବେଙ୍ଗାଲୁରୁ ଘରୋଇ ମେଡିକାଲରେ ଅଙ୍ଗଦାନ

ଜଣେ ମୃତ ମସ୍ତିଷ୍କ ବ୍ୟକ୍ତି ନିଜ ଶରୀରର 7 ଟି ଅଙ୍ଗଦାନ କରି 7 ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମୃତ୍ୟୁ ପରେ ବି ସେହିମାନଙ୍କ ମଧ୍ୟରେ ବଞ୍ଚି ରହିଛନ୍ତି । ଅଧିକ ପଢନ୍ତୁ...

Organ donation by Brain Dead person: 7 people hope for life
ବ୍ୟକ୍ତିଙ୍କ ବଦାନ୍ୟ: ଶରୀର ସମର୍ପି ସାଜିଲେ 7 ଜଣଙ୍କ ଜୀବନ ଦାତା
author img

By

Published : Dec 27, 2020, 5:58 PM IST

ବେଙ୍ଗାଲୁରୁ: ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ଅନ୍ୟ ଜଣେ ନୂତନ ଜନ୍ମ ପାଇଥାଏ । ଏଣୁ ସୃଷ୍ଟିରେ ଅଙ୍ଗଦାନକୁ ଏକ ମହତ୍ କାର୍ଯ୍ୟ ରୂପେ ବିବେଚନା କରାଯାଏ । ଜଣେ ମାଆ ନିଜ ଜୀବନ ବାଜି ଲଗାଇ ଏକ ଶିଶୁକୁ ଦୁନିଆକୁ ଆଣେ । ହେଲେ ଆମେ ଏଠାରେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ କି ଏକାଥରେ 7 ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ନିଜ ଶରୀରର 7ଟି ପୃଥକ ଅଙ୍ଗ ଦାନ କରି 7 ଜଣଙ୍କ ପାଇଁ ଭଗବାନ ସାଜିଛନ୍ତି ।

Organ donation by Brain Dead person: 7 people hope for life
ବ୍ୟକ୍ତିଙ୍କ ବଦାନ୍ୟ: ଶରୀର ସମର୍ପି ସାଜିଲେ 7 ଜଣଙ୍କ ଜୀବନ ଦାତା

ଏହି ଘଟଣାଟି ଘଟିଛି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ । ଡିସେମ୍ବର 1 ତାରିଖରେ ଜଣେ 37 ବର୍ଷୀୟ ବ୍ୟକ୍ତି ମୁଣ୍ଡ ବିନ୍ଧା କାରଣରୁ ସମ୍ପୃକ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ବି ତାଙ୍କ ଯନ୍ତ୍ରଣା କମିନଥିଲା । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡାବାରେ ଲାଗିଥିଲା ଏବଂ ପର ମୁହୂର୍ତ୍ତରେ ତାଙ୍କ ମସ୍ତିଷ୍କ ସମ୍ପୂର୍ଣ୍ଣ ନିସ୍କ୍ରିୟ ହୋଇଯାଇଥିଲା । ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କ ଅଙ୍ଗଦାନ ପାଇଁ ସହମତି ଜଣାଇଥିଲେ ।

ଏହାପରେ ଏନଜିଓ, ବିଭିନ୍ନ ହସ୍ପିଟାଲ ଓ ମୃତକଙ୍କ ସମ୍ପର୍କୀୟଙ୍କ ସହଯୋଗରେ ସେହି ବ୍ୟକ୍ତିଙ୍କ ଶରୀରର ସାତୋଟି ଅଙ୍ଗ ଯଥା- ହୃତପିଣ୍ଡ, ଫୁସଫୁସ, ଯକୃତ, ଦୁଇଟି କିଡନୀ ଏବଂ ଦୁଇଟି ଆଖି ବାହାର କରାଯାଇ 7 ଜଣ ଭିନ୍ନ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଯାହାଦ୍ବାରା ସେହି ବ୍ୟକ୍ତିମାନେ ନୂତନ ଜୀବନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.