ETV Bharat / bharat

ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଲେ ବିରୋଧୀ

ବିଭିନ୍ନ ବିଷୟକୁ ନେଇ ସଂସଦରେ ମୁଲତବୀ ପ୍ରସ୍ତାବ ଆଣିଲେ କଂଗ୍ରେସ, ମୁସଲିମ ଲିଗ, ଡିଏମକେ ଓ ତୃଣମୂଳ କଂଗ୍ରେସ । 13 ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ ।

Adjournment Motion
ଫାଇଲ ଫଟୋ
author img

By

Published : Dec 3, 2019, 11:51 AM IST

Updated : Dec 3, 2019, 3:24 PM IST

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । 13 ଡିସେମ୍ବର ଯାଏଁ ହେବାକୁ ଥିବା ଏହି ଅଧିବେଶନରେ 39ଟି ବିଲ ପାସ କରିବା ଉପରେ ସରକାରଙ୍କ ଫୋକସରେ ରହିଛି । ଅନ୍ୟପକ୍ଷେ ବିଭିନ୍ନ ବିଷୟ ଉପରେ ସରକାରଙ୍କୁ ଘେରିବା ସହ ଗୃହକୁ ଅଚଳ କରିବା ଦିଗରେ ଲାଗିଛନ୍ତି ବିରୋଧୀ । ଏପରି ସ୍ଥିତିରେ ବିରୋଧୀ ଦଳ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ।

ରଥଯାତ୍ରା ସମୟରେ ଜଗନ୍ନାଥ ଧାମ ପୁରୀରେ ଆଦିବାସୀ ଝିଅକୁ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି । ସେହିପରି ପିଆଜ ଓ ପନିପରିବାର ବର୍ଦ୍ଧିତ ଦରବୃଦ୍ଧିକୁ ନେଇ କଂଗ୍ରେସ ଓ ମୁସଲିମ ଲିଗ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷେ ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ପାଇଁ ଡିଏମକେ ମୁଲତବୀ ପ୍ରସ୍ଥାବ ଆଣିଥିବା ବେଳେ ବାତ୍ୟା ବୁଲବୁଲରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ନେଇ ତୃଣମୂଳ କଂଗ୍ରେସ ଗୃହରେ ମୁଲତବୀ ପ୍ରସ୍ତାବ ଦେଇଛି ।

Intro:Body:

BLANK

Conclusion:
Last Updated : Dec 3, 2019, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.