ETV Bharat / bharat

ଜନତା କର୍ଫ୍ୟୁ ସତ୍ତ୍ବେ ଶାହିନବାଗରେ ଆନ୍ଦୋଳନ ଜାରି ରଖିଲେ ବିକ୍ଷୋଭକାରୀ

author img

By

Published : Mar 22, 2020, 2:42 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଜନତା କର୍ଫ୍ୟୁ'ର ଆହ୍ବାନ ସତ୍ତ୍ବେ ଶାହିନବାଗରେ ଆନ୍ଦୋଳନ ଜାରି ରଖିଲେ ବିକ୍ଷୋଭକାରୀ । ସମସ୍ତ ସତର୍କତାମୂଳକ ପଦକ୍ଷେପ ସହିତ କେବଳ 5 ଜଣ ମହିଳା ବିକ୍ଷୋଭ କରିବେ ବୋଲି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

Only 5 women to continue with Shaheen Bagh protest on Sunday
ଜନତା କର୍ଫ୍ୟୁ ସତ୍ତ୍ବେ ଶାହିନବାଗରେ ଆନ୍ଦୋଳନ ଜାରି ରଖିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଏବେ ସାରା ଦେଶ କୋରୋନା ବିରୋଧରେ ଲଢେଇ କରୁଛି । ଏହି ସମୟରେ ଲୋକେ ପଦାକୁ ପାଦ କାଢୁ ନଥିବା ବେଳେ କେବଳ ଅତ୍ୟାବଶ୍ୟକ ସ୍ଥଳରେ ବାହାରକୁ ବାହାରୁଛନ୍ତି । କାଶ୍ମୀରରୁ କନ୍ୟାକୁମାରୀ , କଚ୍ଛରୁ କୋହିମା ସବୁଠି ଶୂନ୍ୟତାର ରାଜୁତି । ହେଲେ ଏବେ ବି ଶାହିନୀବାଗରେ ଆନ୍ଦୋଳନ ଜାରି ରହିଛି ଏବଂ ଆଗକୁ ମଧ୍ୟ ଏପରି ଧାରଣାରେ ବସିବେ ବୋଲି ଚେତାଇ ଦେଇଛନ୍ତି ବିକ୍ଷୋଭକାରୀ ।

କୋରୋନା ସହ ଲଢେଇ କରିବାକୁ ହେଲେ ସାମାଜିକ ଦୂରତା ଗୁରୁତ୍ବ ରହୁଛି । ଫଳରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଜାରି କରାଯାଇ ଲୋକଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି । ଗୋଟିଏ ପଟେ ମାରାତ୍ମକ ମାହାମାରୀ କୋରୋନା ସହ ଦେଶ ଲଢେଇ କରୁଥିବାବେଳେ ସେହି ଦେଶରେ ଆଇନ ବିରୋଧୀ ଆନ୍ଦୋଳନ ଚାଲୁ ରହିବ ବୋଲି ବିକ୍ଷୋଭକାରୀ କହିଛନ୍ତି ।

ତେବେ ଗତ ଶନିବାର ବିଳମ୍ବିତ ରାତିରେ ବୁଦ୍ଧିଜୀବୀମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ସହିତ CAA ବିରୋଧରେ ମାତ୍ର 5 ଜଣ ମହିଳା ବିକ୍ଷୋଭ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର ଏବଂ ମାସ୍କ ବ୍ୟବହୃତ ହେବା ସହ ବିକ୍ଷୋଭ ସ୍ଥଳକୁ ନିୟମିତ ବ୍ୟବଧାନରେ ପରିମଳ ରଖାଯାଉଥିବା ବିକ୍ଷୋଭକାରୀ କହିଛନ୍ତି ।

ସୌଜନ୍ୟ @ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.