ମୁମ୍ବାଇ: ବେଶ କିଛି ଦିନ ଧରି ଲୋକଙ୍କୁ କନ୍ଦାଇ ଆସୁଥିବା ପିଆଜ ଦର ଏବେ ହ୍ରାସ ପାଇଛି। କ୍ବିଣ୍ଟାଲ ପିଛା ଏହାର ଦର 3ରୁ ସାଢେ ତିନି ହଜାର ଟଙ୍କା ପର୍ଯ୍ୟନ୍ତ କମିଛି। ଯାହା ଫଳରେ ଖାଉଟିଙ୍କୁ ମିଳିଛି ତ୍ରାହି। ପିଆଜ ଉତ୍ପାଦନ ପାଇଁ ସମଗ୍ର ଦେଶରେ ପରିଚିତ ମହାରାଷ୍ଟ୍ରର ନାଶିକରେ କ୍ବିଣ୍ଟାଲ ପିଛା 3ରୁ ସାଢେ 3 ହଜାରରେ ବିକ୍ରି କରାଯାଉଛି।
ବେଶ କିଛି ଦିନ ହେବ ସାଧାରଣ ଖାଉଟିଙ୍କୁ କନ୍ଦାଉଥିବା ପିଆଜର ଦର ଆଜି କିଛି ମାତ୍ରାରେ କମିବା ପରେ ଖାଉଟିଙ୍କ ମୁହଁରେ ହସ ଫୁଟିଛି । ପିଆଜର ଏନ୍ତୁଡିଶାଳ ବୋଲାଉଥିବା ମହାରାଷ୍ଟ୍ରର ଲାସଲଗାଓଁ,ମନମାଡ, ନାଶିକରେ କମିଛି ପିଆଜ ଦର।
ଏହା ଯୋଗୁଁ ସାଧାରଣ ଲୋକଙ୍କୁ ତ୍ରାହି ମିଳିଛି ସତ ହେଲେ ବେପାରୀଙ୍କ ଚିନ୍ତା ବଢାଇ ଦେଇଛି। ଦର କମିବା ପରେ ପିଆଜ ଗଚ୍ଛିତ କରିବା ଉପରେ ରୋକ ଲଗାଇ ପାରନ୍ତି ସରକାର। ଏହା ଦ୍ବାରା ସବୁଠୁ ଅଧିକ କ୍ଷତି ସହିବା ନେଇ ଚିନ୍ତାରେ ଅଛନ୍ତି ପିଆଜ ଚାଷୀ। ଆଗକୁ ଏହାର ଦର ଆହୁରି କମିବାର ସମ୍ଭାବନା ରହିଛି।