ETV Bharat / bharat

'ଗୋଟିଏ ପରିବାରର ଲାଳସା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା' - କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୁରିଛି । ଏହି ଏବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଜରୁରୀକାଳୀନ ପରିସ୍ଥିତି
ଜରୁରୀକାଳୀନ ପରିସ୍ଥିତି
author img

By

Published : Jun 25, 2020, 12:02 PM IST

ନୂଆଦିଲ୍ଲୀ : ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୁରିଛି । ଏହି ଏବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେ କ୍ରମାଗତ 4ଟି ଟ୍ବିଟ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, 45 ବର୍ଷ ପୂର୍ବେ ଆଜିର ଦିନରେ ଗୋଟିଏ ପରିବାରର କ୍ଷମତା ହାସଲ ଲାଳସା ଯୋଗଁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ରାତାରାତି ଦେଶକୁ ଜେଲରେ ପରିଣତ କରାଯାଇଥିଲା । ଗଣମାଧ୍ୟମର ସ୍ବାଧୀନତା, ଅଦାଲତ ଏବଂ ବାକ୍‌ ସ୍ବାଧୀନତା ସବୁ ଛଡାଇ ନିଆଯାଇଥିଲା । ଦଳିତ ଏବଂ ଗରିବଙ୍କ ଉପରେ ଅତ୍ୟାଚାର ହୋଇଥିଲା ବୋଲି ଶାହ କହିଛନ୍ତି ।

ଆଉ ଏକ ଟ୍ବିଟରେ ଶାହ କହିଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କ ପ୍ରୟାସ ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ହଟିଥିଲା । ଭାରତରେ ଗଣତନ୍ତ୍ର ସ୍ବଭାବିକ ହୋଇଥିଲା । ଗୋଟିଏ ପରିବାରର ହିତ ରାଷ୍ଟ୍ର ହିତ ଉପରେ ଭାରି ପଡିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସର ମାନସିକତାରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ଅନେକ କଂଗ୍ରେସ ନେତା ନିଜ ଦଳରେ ଅଣନିଶ୍ବାସୀ ଏବଂ ନିରାଶା ଅନୁଭବ କରୁଥିବା ଦାବି କରିଛନ୍ତି ଶାହ ।

  • On this day, 45 years ago one family’s greed for power led to the imposition of the Emergency. Overnight the nation was turned into a prison. The press, courts, free speech...all were trampled over. Atrocities were committed on the poor and downtrodden.

    — Amit Shah (@AmitShah) June 25, 2020 " class="align-text-top noRightClick twitterSection" data=" ">

ସେ ଆହୁରି କହିଛନ୍ତି , 'ବିପକ୍ଷ ଦଳ ରୂପରେ କଂଗ୍ରେସକୁ ନିଜକୁ ପ୍ରଶ୍ନ କରିବା ଉଚିତ ଯେ, ଜରୁରୀକାଳୀନ ପରିସ୍ଥିତିର ମାନସିକତା ଆଜି ମଧ୍ୟ କାହିଁକି ରହିଛି ? କାହିଁକି କଂଗ୍ରେସରେ ନେତାମାନେ ହତାଶ ହେଉଛନ୍ତି ? ଯେଉଁ କଂଗ୍ରେସ ନେତାଙ୍କର ରାଜବଂଶ ସହ ସମ୍ପର୍କ ନାହିଁ ସେମାନଙ୍କୁ ମୁହଁ ଖୋଲିବାର ଅଧିକାର କାହିଁକି ଦିଆଯାଉନାହିଁ ?'

  • As one of India’s opposition parties, Congress needs to ask itself:

    Why does the Emergency mindset remain?

    Why are leaders who don’t belong to 1 dynasty unable to speak up?

    Why are leaders getting frustrated in Congress?

    Else, their disconnect with people will keep widening.

ସୂଚନାଯୋଗ୍ୟ ଯେ, ୧୯୭୫ ମସିହା ଜୁନ୍‌ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହା 1977 ମସିହା ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଲାଗୁ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.