ETV Bharat / bharat

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ସେନା

author img

By

Published : Nov 19, 2020, 7:27 PM IST

Updated : Nov 19, 2020, 8:25 PM IST

ପୁଣିଥରେ ପିଓକେରେ ଭାରତର ଏୟାରଷ୍ଟ୍ରାଇକ
ପୁଣିଥରେ ପିଓକେରେ ଭାରତର ଏୟାରଷ୍ଟ୍ରାଇକ

19:18 November 19

ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଅପରେସନରେ ପିଓକେସ୍ଥିତ ଲଞ୍ଚ ପ୍ୟାଡ ଉପରେ ଏୟାର ଷ୍ଟ୍ରାଇକ ହୋଇଛି। ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଅଧିକ ପଢ଼ନ୍ତୁ...

ଶ୍ରୀନଗର: ପିଓକେରୁ ଆସିଲା ବଡ ଖବର । ପୁଣି ଥରେ ଭାରତୀୟ ବାୟୁସେନା ପିଓକେ ସ୍ଥିତ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଏୟାର ଷ୍ଟାଇକ୍ କରିଛି । ସରକାରୀ ସୂତ୍ର ମୁତାବକ, ଭାରତୀୟ ବାୟୁସେନା ଏକ ସ୍ବତନ୍ତ୍ର ଅପରେସନରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ବୋମା ବର୍ଷା କରିଛି । ସୀମା ଆର ପଟେ ଏକାଧିକ ଲଞ୍ଚପ୍ୟାଡରେ ଅନେକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାରୁ, ଆଗୁଆ ସତର୍କତା ମୂଳକ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି ବୋଲି ସୂଚନା ମିଳିଛି । ତେବେ ଏୟାର ଷ୍ଟାଇକରେ ଆତଙ୍କୀ ଗଡ ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ସୂଚନା ରହିଛି ।

ତେବେ ବର୍ତ୍ତମାନ ସୀମାରେ କୌଣସି ଗୁଳି ବିନିମୟ ହୋଇନାହିଁ । ଏନେଇ ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି । କିଛି ଦିନ ତଳେ କୁପୱାରା, ଉରୀ ସେକ୍ଟର ଓ କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ ପାକିସ୍ତାନୀ ରେଞ୍ଜର୍ସ ଓ କେତେକ ଆତଙ୍କବାଦୀ ସଂଗଠନ । ଫଳରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ 3 ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି (ଗୁରୁବାର) ପାକ ଅଧିକୃତ କାଶ୍ମୀର ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି ବୋଲି ସୂଚନା ମିଳିଛି ।  

ପାକ ଅଧିକୃତ କାଶ୍ମୀରରେ ଥିବା ଲଞ୍ଚପ୍ୟାଡରେ 250ରୁ 300 ଆତଙ୍କବାଦୀ ଲୁଚି ରହିଥିବା ସ୍ବତନ୍ତ୍ର ଗୁଇନ୍ଦା ସୂଚନା ଦେଇଥିଲେ । ଏହାସହ ବାରମ୍ବାର ସୀମା ଦେଇ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ସଜାଗ ରହିଥିଲା ଭାରତୀୟ ସୀମା ସୁରକ୍ଷା ବଳ ।  

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଚଳିତ ବର୍ଷ ସୀମାରେ ରହୁଥିବା 21 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଜମ୍ମୁ ଓ କାଶ୍ମୀରରେ ଆଶାନ୍ତିକର ପରିବେଶ ସୃଷ୍ଟି କରିବାକୁ ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଜାଣିଶୁଣି ନୀରିହ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । ଅକ୍ଟୋବର 13 ତାରଖରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଉଚିତ ଜବାବ ଦିଆଯାଇଥିଲା । ଫଳରେ 7 ଜଣ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ ।  

ତେବେ ଏହି ଏୟାରଷ୍ଟ୍ରାଇକକୁ ଖଣ୍ଡନ କରିଛି ଭାରତୀୟ ସେନା । ସେନା ପକ୍ଷରୁ ପିଓକେରେ କୌଣସି ଅପରେସନ କରାଯାଇନାହିଁ । ଏହା ମିଥ୍ୟା ଖବର ବୋଲି କହିଛନ୍ତି ଭାରତୀୟ ସେନାର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ ଲ୍ୟୁଟନାଣ୍ଟ ଜେନେରାଲ ପରମଜିତ ସିଂହ କହିଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2020, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.