ETV Bharat / bharat

ହ୍ୱାଇଟ ହାଉସରେ ପାଳନ ହେଲା ଦୀପାବଳି - ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳୀ

ହ୍ୱାଇଟ୍‌ ହାଉସ୍‌ରେ ପାଳନ ହେଲା ଆଲୋକର ପର୍ବ ଦୀପାବଳି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ପ୍ରଜ୍ବଳନ କରିବା ସହ ଆମେରିକାରେ ରହୁଥିବା ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମର ଲୋକଙ୍କୁ ଦୀପବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଫାଇଲ ଫଟୋ
author img

By

Published : Oct 26, 2019, 8:43 PM IST

ୱାସିଂଟନ: ଆମେରିକା ହ୍ୱାଇଟ୍‌ ହାଉସ୍‌ରେ ପାଳନ ହେଲା ଆଲୋକର ପର୍ବ ଦୀପାବଳି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ପ୍ରଜ୍ବଳନ କରିବା ସହ ଆମେରିକାରେ ରହୁଥିବା ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମର ଲୋକଙ୍କୁ ଦୀପବଳିର ଶୁଭେଚ୍ଛା ଜଣାଇଛନ୍ତି । ଦୀପାବଳି ପାଳନ ଆମେରିକାରେ ରହୁଥିବା ସବୁ ବର୍ଗର ଲୋକଙ୍କୁ ଧର୍ମିକ ସ୍ୱାଧୀନତା ମିଳୁଥିବାର ଏକ ଜ୍ବଳନ୍ତା ଉଦାହରଣ ବୋଲି ଏହି ଅବସରରେ କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ଦୀପାବଳି ପାଳନ ଧାର୍ମିକ ସ୍ୱାଧୀନତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ଏବଂ ଧାର୍ମିକ ସ୍ୱାଧୀନତା ଆମେରିକାର ଏକ ସିଦ୍ଧାନ୍ତ । ଆମେରିକା ଏବଂ ବିଶ୍ବର ଅନ୍ୟ ଦେଶରେ ରହୁଥିବା ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମ ଅନୁଗାମୀଙ୍କ ପାଇଁ ଏହି ପର୍ବ ଅନ୍ଧକାର ଉପରେ ଆଲୋକ, ଅଜ୍ଞାନ ଉପରେ ଜ୍ଞାନ, ମନ୍ଦ ଉପରେ ଭଲର ବିଜୟ ପାଳନ କରିବାର ଏକ ସୁଯୋଗ ବୋଲି ଟ୍ରମ୍ପ କହିଛନ୍ତି ।

ଏହା ପୂର୍ବରୁ ଟ୍ରମ୍ପ୍‌ ଓବଲ କାର୍ଯ୍ୟାଳୟରେ ଭାରତୀୟ-ଆମେରିକୀୟ ସମୂହଙ୍କ ସହ ଦୀପାବଳି ପାଳନ କରିଥିଲେ। ତେବେ ଏହି ଉତ୍ସୋବରେ ଗଣମାଧ୍ୟମକୁ ପ୍ରବେଶ ଅନୁମତି ମିଳିନଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.