ETV Bharat / bharat

'ଧାରା 370 କାଶ୍ମୀର ପାଇଁ ସ୍ବତନ୍ତ୍ର ଭେଦଭାବ ଥିଲା' - ajit doval on article 370

'ଧାରା 370 କାଶ୍ମୀର ପାଇଁ ସ୍ବତନ୍ତ୍ର ମାନ୍ୟତା ନୁହେଁ ସ୍ବତନ୍ତ୍ର ଭେଦଭାବ ଥିଲା' ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 8, 2019, 5:21 AM IST

ନୂଆଦିଲ୍ଲୀ: ଧାରା 370 କାଶ୍ମୀର ପାଇଁ ସ୍ବତନ୍ତ୍ର ମାନ୍ୟତା ନୁହେଁ ସ୍ବତନ୍ତ୍ର ଭେଦଭାବ ଥିଲା ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଶିକ୍ଷାଗତ ଏବଂ ସମ୍ପତ୍ତିଗତ ଅଧୀକାର ଭଳି ୧୦୬ଟି ଆଇନ ରହିଛି ଯାହା ଧାରା ୩୭୦ ଯୋଗୁଁ କାଶ୍ମୀରରେ ଲାଗୁ ହୋଇପାରୁ ନଥିଲା । କିନ୍ତୁ ସେମାନେ ଏବେ ତାଙ୍କ ଅଧିକାର ପାଇ ପାରିବେ ବୋଲି ସେ କହିଛନ୍ତି । ଏହା ସହିତ କାଶ୍ମୀରର ସାଧାରଣ ଲୋକ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଉଥିବା ଡୋଭାଲ କହିଛନ୍ତି । କାଶ୍ମୀରରେ ସ୍ଥିତି ସ୍ବବାବିକ ରହିଛି। ଆଗାମୀ ଦିନରେ ଏହା ପ୍ରଦେଶ ପାଇଁ ଏକ ନୂତନ ଅବସର ନେଇ ଆସିବ ବୋଲି ସେ କହିଛନ୍ତି।

ସେହିପରି ସୀମାପାର ଆତଙ୍କବାଦ ଗତିବିଧୀକୁ ନେଇ ଡୋଭାଲ କହିଛନ୍ତି , ସୀମାରେ ୨୦ କିମି ଦୂରରେ ପାକିସ୍ତାନ ଯୋଗାଯୋଗ ଟାୱାର ଗଠନ କରିଛି। ଯାହାଦ୍ବାରା ସେମାନେ ସୀମାପାରରେ ଥିବା ଆତଙ୍କବାଦୀଙ୍କୁ ସନ୍ଦେଶ ପଠାଇବାକୁ ପ୍ରୟାସ କରୁଛନ୍ତି । ସେମାନଙ୍କ ବାର୍ତ୍ତାଳାପ ଆମେ ଶୁଣିଛୁ । ସେମାନେ ନିଜ ଲୋକଙ୍କୁ କହୁଛନ୍ତି, ତୁମେମାନେ ସେଠାରେ କଣ କରୁଛ? ସେଠାରେ ଏତେ ସେଓ ଟ୍ରକ କିଭଳି ଚାଲୁଛି ? ତୁମେମାନେ ଏହାକୁ ବନ୍ଦ କରିପାରୁ ନାହଁ କଣ ପାଇଁ ? ତୁମମାନଙ୍କ ପାଇଁ କଣ ଏବେ ଚୁଡି ପଠାଇ ଦେବୁ ?

ପାକିସ୍ତାନରେ ସୀମାପାରରେ ୨୩୦ ଆତଙ୍କୀଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଗିରଫ କରାଯାଇଛି। ଆମେ ଯେକୌଣସୀ ସ୍ଥିତିରେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଡୋଭାଲ କହିଛନ୍ତି । ଏହା ସହିତ କାଶ୍ମୀରବାସୀଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଦୃଢ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି । ଏଥିପାଇଁ ଯଦି କିଛି ପ୍ରତିବନ୍ଧକ ଲଗାଇବାକୁ ପଡେ ତେବେ ଆମେ ପ୍ରତିବନ୍ଧକ ଲଗାଇବୁ। ପାକିସ୍ତାନ ନିକଟରେ ଏବେ ଆତଙ୍କବାଦ ଏକମାତ୍ର ଅସ୍ତ୍ର ବୋଲି ସେ କହିଛନ୍ତି ।

ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ନେଇ ମଦ୍ୟ ଡୋଭାଲ ପ୍ରତିକ୍ରିୟା ରଖିଛନ୍ତି । ସେଠାରେ ଅନେକ ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ପ୍ରଦେଶର ୧୯୯ ପୋଲିସ ଷ୍ଟେସନରୁ ମାତ୍ର ୧୦ଟି ପୋଲିସ ଷ୍ଟେସନରେ କଟକଣା ଜାରି ରହିଛି । ୧୦୦ ପ୍ରତିଶତ ସ୍ଥାନରେ ଲ୍ୟାଣ୍ଡ୍‌ଲାଇନ୍‌ ସେବା ସ୍ବଭାବିକ କରି ଦିଆଯାଇଛି ବୋଲି ଡୋଭାଲ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.