ETV Bharat / bharat

ଉତ୍ତର କୋରିଆ ନେତା କିମଙ୍କ ଧଳା ଘୋଡ଼ାରେ ପର୍ବତ ଚଢା, ଫଟୋ ଭାଇରାଲ - ଉତ୍ତର କୋରିଆ ନେତା କିମ

ବିଶ୍ବର ଶକ୍ତିଶାଳୀ ନେତା ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜନ ଉଙ୍ଗ ଧଳା ଘୋଡ଼ା ଚଢୁଥିବାର ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏକ ଧଳା ଘୋଡ଼ାରେ ସେ ଉତ୍ତର କୋରିଆର ସବୁଠାର ଉଚ୍ଚତମ ପର୍ବତ ମାଉଣ୍ଟ ପ୍ୟାକ୍ଟକୁ ଆରୋହଣ କରୁଥିବାବେଳର ଏହି ଫଟୋଟି ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: IANS
author img

By

Published : Oct 16, 2019, 11:16 PM IST

ସିଓଲ: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ଘୋଡ଼ା ଚଢା ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍ତର କୋରିଆର ଏକ ଗଣମାଧ୍ୟମ କେସିଏନଏରେ କିମଙ୍କ ଏହି ଘୋଡ଼ା ଚଢା ଫଟୋ ପ୍ରକାଶ ପାଇବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଗଣମାଧ୍ୟମ ସଂସ୍ଥାଟି ଫଟୋଟିକୁ 'ପ୍ରିୟର ନେତା କିମ ଜଙ୍ଗ ଉନଙ୍କ ପର୍ବତାରୋହଣ' ଶୀର୍ଷକ କ୍ୟାପସନରେ ପ୍ରକାଶିତ କରିଥିଲା ।

kim jong ung
ଫଟୋ ସୌଜନ୍ୟ: IANS

ଏହି ସମ୍ପର୍କରେ ଉକ୍ତ ଗଣମାଧ୍ୟମ ଏକ ସ୍ତମ୍ଭ ମଧ୍ୟ ପ୍ରକାଶ କରିଥିଲ । ଉକ୍ତ ସ୍ତମ୍ଭରେ ଲେଖାଥିଲା କି, କିମ ଜଙ୍ଗ ଉନ ବର୍ଷର ପ୍ରଥମ ତୁଷାରପାତ ସହିତ ଧଳା ଘୋଡ଼ା ଚଢି ମାଉଣ୍ଟ ପ୍ୟାକ୍ଟୁ ଆରୋହଣ କରିଛନ୍ତି । ଏହି ଘଟଣା କୋରିଆ ଇତିହାସରେ ବେଶ ମହତ୍ତ୍ବପୂର୍ଣ୍ଣ ବୋଲି ଉକ୍ତ ସ୍ତମ୍ଭରେ ପ୍ରକାଶ ପାଇଥିବା ସୂଚନା ମିଳିଛି । ନେତାଙ୍କର ଏହା ଘଟଣା ଦେଶକୁ ଶକ୍ତିଶାଳୀ କରିବାର ଲକ୍ଷ୍ୟ ପ୍ରମାଣ ମଧ୍ୟ ଦେଉଥିବା ଉକ୍ତ ସ୍ତମ୍ଭରେ ପ୍ରକାଶ ପାଇଛି ।

kim jong ung
ଫଟୋ ସୌଜନ୍ୟ: IANS

କିମଙ୍କ ସହିତ କୋରିଆର ନ୍ୟାସନାଲ ଲେବର ପାର୍ଟିର କେନ୍ଦ୍ରୀୟ ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ । ମାଉଣ୍ଟ ପ୍ୟାକ୍ଟକୁ ଉକ୍ତ ଦେଶରେ ପବିତ୍ର ପର୍ବତ ଭାବେ ଅଭିହିତ କରିଥାନ୍ତି । ତେବେ ଏହି ପର୍ବତ କୋରିଆର ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି । ଉକ୍ତ ପର୍ବତରେ କୋରିଆର ବର୍ତ୍ତମାନର ଶାସକ ତଥା ବିଶ୍ବର ଶକ୍ତିଶାଳୀ ନେତା କିମ ଜନ ଉଙ୍ଗଙ୍କ ପିତାଙ୍କ ଜନ୍ମସ୍ଥଳୀ ବୋଲି ସ୍ଥାନୀୟ ବାସିନ୍ଦା କହିଥାନ୍ତି ।

kim jong ung
ଫଟୋ ସୌଜନ୍ୟ: IANS

ସୂଚନା ଯୋଗ୍ୟ ଏହି ପର୍ବତ ଆରୋହଣ କରିବା ପୂର୍ବରୁ ଏହି ପର୍ବତକୁ 2017 ମସିହା ଡିସେମ୍ବର ମାସରେ ଆରୋହଣ କରିଥିଲେ । ସେହିପରି 2013 ଫେବୃୟାରୀ ଏବଂ 2014 ନଭେମ୍ବର ମାସରେ ଏହି ପର୍ବତକୁ ଆରୋହଣ କରିଥିବା ସୂଚନା ମିଳେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.