ETV Bharat / bharat

24 ଘଣ୍ଟାରେ ମହାରାଷ୍ଟ୍ର ପୋଲିସରେ କୌଣସି ନୂଆ ମାମଲା ନାହିଁ

author img

By

Published : Jun 8, 2020, 2:38 PM IST

ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ କୌଣସି ପୋଲିସ କର୍ମୀ କୋରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଥିବା ବେଳେ ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

corona
ମହାରାଷ୍ଟ୍ର ପୋଲିସ ବିଭାଗରୁ ଆସିଲା ଆଶ୍ବସ୍ତିକର ଖବର

ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । ଏହାସହ କୋରୋନାରେ ସାଧାରଣ ଲୋକଙ୍କଠାରୁ ବହୁ ଡାକ୍ତର, ପୋଲିସ, ସୁରକ୍ଷାକର୍ମୀ ସଂକ୍ରମିତ ହେଉଛନ୍ତି । ତେବେ ଭାରତରେ ସବୁଠାରୁ କୋରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରରୁ ଆଶ୍ବସ୍ତିକର ଖବର ଆସିଛି । ଗତ 24 ଘଣ୍ଟାରେ କୌଣସି ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ ହୋଇନଥିବା ଜଣାପଡିଥିବାବେଳେ ଜଣେ ପୋଲିସକର୍ମୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ବର୍ତ୍ତମାନ 2562 ଜଣ ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ ଥିବା ବେଳେ 34 ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଥିବା ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ କୋରୋନା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2.5 ଲକ୍ଷ ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ 82ହଜାର 968 ଆକ୍ରାନ୍ତ ରହିଛନ୍ତି । ଏହାଛଡା ମହାରାଷ୍ଟ୍ରରେ 2969 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.