ETV Bharat / bharat

ମିଜୋରାମରେ କୋରୋନା ମୃତ୍ୟୁ ଶୂନ୍ୟ, 24 ଘଣ୍ଟାରେ ନାହିଁ ନୂଆ ମାମଲା - mizoram

ମିଜୋରାମରୁ ଆସିଛି ଆଶ୍ବସ୍ତିକର ଖବର। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ମିଜୋରାମରେ 24 ଘଣ୍ଟାରେ ନାହିଁ ନୂଆ ମାମଲା
ମିଜୋରାମରେ 24 ଘଣ୍ଟାରେ ନାହିଁ ନୂଆ ମାମଲା
author img

By

Published : Jun 30, 2020, 12:41 PM IST

ଐଜଲ: ଦେଶରେ କୋରୋନା ପ୍ରକୋପ ବଢି ଚାଲିଛି। 5 ଲକ୍ଷ ପାର କଲାଣି ସଂକ୍ରମଣ ମାମଲା। ଏହା ଭିତରେ ମିଜୋରାମରୁ ଆସିଛି ଆଶ୍ବସ୍ତିକର ଖବର। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ବର୍ତ୍ତମାନ ରାଜ୍ୟରେ ମୋଟ ମାମଲା 151 ରହିଛି, ଯେଉଁଥିରେ 90 ଟି ସକ୍ରିୟ ମାମଲା ଏବଂ 61 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତେବେ ଏବେ ସୁଦ୍ଧା ରାଜ୍ୟରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ।

ଭାରତରେ କୋରୋନାଭାଇରସ୍ ମାମଲା 5,48,318 ରେ ରହିଛି, ଯେଉଁଥିରେ 2,10,120 ସକ୍ରିୟ ମାମଲା, 3,21,723 ଆରୋଗ୍ୟ ଏବଂ 16,475 ମୃତ୍ୟୁ ଘଟିଛି। ତଥ୍ୟରେ 19,459 ନୂତନ ମାମଲା ଦେଖାଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 380 ଜଣ ବ୍ୟକ୍ତି ଏହି ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.