ନୂଆଦିଲ୍ଲୀ: କୋରୋନାରେ ସୁସ୍ଥ ହୋଇଥିବା ରୋଗୀ ପୁଣି କୋରୋନା ଆକ୍ରାନ୍ତ ହେବେନାହିଁ ବୋଲି କୌଣସି ପ୍ରମାଣ ନାହିଁ । ଏନେଇ ଦାବି କରିଛନ୍ତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ।
ସମଗ୍ର ବିଶ୍ବରେ 6 ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଡବ୍ଲୁଏଚଓ ଦେଇଥିବା ବିବୃତ୍ତି ଏକ ଚିନ୍ତାର ବିଷୟ ହୋଇପାରେ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଏକ ଟ୍ବିଟ କରି କହିଛନ୍ତି ଯେ, ବର୍ତ୍ତମାନ କୋରୋନାରେ ସୁସ୍ଥ ହୋଇଥିବା ଲୋକ ପୁଣି କୋରୋନା ଆକ୍ରାନ୍ତ ହେବନାହିଁ ବୋଲି କୌଣସି ପ୍ରମାଣ ନାହିଁ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଦାବି କରିଥିଲେ ଯେ କୋରୋନା ଏବେ ନିଜର ଭୟଙ୍କର ରୂପ ଦେଖାଇବାକୁ ଯାଉଛନ୍ତି । ଏହା ଆମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । ତେବେ ସେ କେତେକ ଦେଶରେ ଲକଡାଉନକୁ ଗୁରୁତର ସହ ପାଳନ କରାଯାଉନଥିବାକୁ ଦୃଷ୍ଟିରେ ରଖି କହିଥିଲେ ।