ETV Bharat / bharat

10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 24 ଘଣ୍ଟାରେ ମାମଲା ଶୂନ: ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ ମହାମାରୀ କୋରୋନା ସମସ୍ତଙ୍କୁ ନୟାନ୍ତ କରିଥିବା ବେଳେ ଟିକିଏ ଆଶ୍ବସ୍ତି ଖବର ମିଳିଛି । 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ବି ନୂଆ କୋରୋନା ଆକ୍ରାନ୍ତ ମାମଲା ଆସିନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 24 ଘଣ୍ଟାରେ ନାହିଁ ଗୋଟିଏ ମାମଲା: ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : May 11, 2020, 8:26 AM IST

ନୂଆଦିଲ୍ଲୀ: 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ବି ନୂଆ କୋରୋନା ଆକ୍ରାନ୍ତ ମାମଲା ଆସିନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏହାସହ 30 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି । ମାହାମରୀ ବିରୋଧରେ ଦେଶ ସଫଳତା ପଥରେ ଆଗକୁ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଅରୁଣାଞ୍ଚଳପ୍ରଦେଶ, ଦାଦ୍ରା ଓ ନଗରହାବେଳୀ, ଗୋଆ, ଜାମ୍ମୁ ଓ କାଶ୍ମୀର, ଲଦାଖ, ମଣିପୁର, ମିଜୋରାମ, ପୁଡୁଚେରୀ ଗତ 24 ଘଣ୍ଟା ମଧ୍ୟରେ ଯେଉଁସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ମାମଲା ଆସିନାହିଁ ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନାନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 1511 ଜଣ କୋଭିଡ-19 ରୋଗୀ ଶ୍ବାସକ୍ରିୟା ସଂକ୍ରଣରୁ ସୁସ୍ଥ ହୋଇଛନ୍ତି । ଗୋଟିଏଦିନରେ ଏହା ସର୍ବ ବୃହତ ରେକର୍ଡ ବୋଲି ସୂଚନା ରହିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3277 ଜଣଙ୍କର ନୂଆ ମାମଲା ଆସିଛି । ସେଥିମଧ୍ୟରୁ 111 ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି । ସମୁଦାୟ ଆକ୍ଟିଭ ମାମଲା 41,472 ରହିଥିବାବେଳେ 19,375 ଜଣ ସୁସ୍ଥ ହୋଇଛନ୍ତି ।

ସେପଟେ କେନ୍ଦ୍ରର ଟିମ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା, ଗୁଜୁରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଓ ପଶ୍ଚିମବଙ୍ଗକୁ ପଠାଯାଇଛି ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.