ନୂଆଦିଲ୍ଲୀ: କୋରୋନା ଭାଇରସର ସମ୍ମୁଖୀନ ହୋଇଥିବା ଭାରତ ବର୍ତ୍ତମାନ ସାଇବର ଆକ୍ରମଣର ଶିକାର ହୋଇପାରେ । ସାଇବର ହ୍ୟାକରମାନେ 21 ଜୁନରେ ଭାରତ ସମେତ 6 ଟି ଦେଶ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। କାରଣ ଉତ୍ତର କୋରିଆର ହ୍ୟାକର ଗୋଷ୍ଠୀ ‘ଲୈଜାରସ୍’ କୋଭିଡ -19 ସହ ଜଡିତ କାମ ନାଁରେ ଦେଶରେ ଲୋକଙ୍କୁ ଠକିବାକୁ ଯୋଜନା କରୁଛି। ଏହି 6 ଟି ଦେଶରେ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ।
ପ୍ରକାଶଥାଉକି, କୋଭିଡ -19 ଥିମ୍ ଉପରେ ଆଧାରିତ ଉତ୍ତର କୋରିଆର ଫିସିଂ ଅଭିଯାନ ଏକ ପ୍ରମୁଖ ସାଇବର ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଛି । ZDNet ର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣର 50 ଲକ୍ଷରୁ ଅଧିକ ଲୋକ କ୍ଷତି ସହିବେ । ଏହାସହ ହ୍ୟାକର ମାନେ 6 ଟି ବଡ ଦେଶର ଛୋଟ-ବଡ ଉଦ୍ୟୋଗୀଙ୍କୁ ଟାର୍ଗେଟ୍ କରିପାରିବେ । ଏହି 6 ଟି ଦେଶରେ ଭାରତ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଜାପାନ, ବ୍ରିଟେନ ଓ ଆମେରିକା ଅନ୍ତର୍ଭୁକ୍ତ।
ସିଙ୍ଗାପୁରର ସାଇବର ସିକ୍ୟୁରିଟି ବିକ୍ରେତା ୱାଫିରମା କହିବାନୁସାରେ, ଉତ୍ତର କୋରିଆ ହ୍ୟାକର ଗୋଷ୍ଠୀ ଏହି ଅଭିଯାନରୁ ଆର୍ଥିକ ଭାବେ ଲାଭବାନ ହେବାକୁ ଚାହାଁନ୍ତି । ପ୍ରକାଶଥାଉକି, ଲୈଜାରସ୍ ନାମକ ଏହି ହ୍ୟାକର୍ ଗ୍ରୁପ୍ ଜାପାନରେ 11 ଲକ୍ଷ, ଭାରତରେ 20 ଲକ୍ଷ ଲୋକଙ୍କ ଇମେଲ ଆଇଡି ବ୍ୟତିତ ବ୍ରିଟେନରେ 180,000ଙ୍କ ସହ ବ୍ୟବସାୟିକ ସମ୍ପର୍କ ଥିବା ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣରେ 8,000 ସିଙ୍ଗାପୁର ସଂଗଠନ ସାମିଲ ହେବେ ।
2001 ରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ଉପସ୍ଥାପିତ SBF ସିଙ୍ଗାପୁରରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଦାୟୀ । ଏହା 27,200 କମ୍ପାନୀର ପ୍ରତିନିଧିତ୍ବ କରେ । ତେବେ ସିଙ୍ଗାପୁରର ବ୍ୟବସାୟୀମାନେ ଚାଇନିଜ୍ ଭାଷାରେ ଲିଖିତ ଫିସିଂ ଇମେଲ୍ ବାର୍ତ୍ତା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସରକାରଙ୍କ ତରଫରୁ କୋରୋନା ରିଲିଫ ପାଣ୍ଠି ଅନ୍ତର୍ଗତ ଅର୍ଥ ଦିଆଯାଇଥିବା ଏହି ଇମେଲରେ କୁହାଯାଇଥିଲା ।
ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟ ଉପରେ 2014 ସାଇବର ଆକ୍ରମଣ, ଆମେରିକା ଓ ବ୍ରିଟେନ ସମେତ ଅନ୍ୟ ଦେଶ ଉପରେ 2017 ୱାନା କ୍ରାଏ ରାନ୍ସୱେୟାର ଆକ୍ରମଣ ପାଇଁ ଲୈଜାରସ୍ ଗ୍ରୁପର କାର୍ଯ୍ୟକଳାପକୁ ଦାୟୀ କରାଯାଇଥିଲା ।