ETV Bharat / bharat

ପୁଣି ତବଲୀଗ ଜମାତ୍କୁ ନେଇ ବଡ ଖୁଲାସା କଲା ଏସଆଇଟି - ଏସଆଇଟି

ନିଜାମୁଦ୍ଦୀନ ମରକଜ ସହ ଜଡିତ ତବଲୀଗ ଜମାତ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ପୁଣି ଏକ ବଡ ଖୁଲାସା କରିଛନ୍ତି । ଏହି ମାମଲା ସହ ଜଡିତ ଏକ ରିପୋର୍ଟକୁ ଏସଆଇଟି ଗୃହ ମନ୍ତ୍ରଣାଳୟକୁ ପଠାଇଛି ।

tablig jamat
ପୁଣି ତବଲୀଗ ଜମାତ୍କୁ ନେଇ ବଡ ଖୁଲାସା କଲେ ଏସଆଇଟି
author img

By

Published : Jun 22, 2020, 3:54 PM IST

ନୂଆଦିଲ୍ଲୀ: ତବଲୀଗ ଜମାତକୁ ନେଇ ପୁଣି ଏକ ବଡ ଖୁଲାସା କଲା ଦିଲ୍ଲୀ ଏସଆଇଟି । ନିଜାମୁଦ୍ଦୀନ ମରକଜ ସହ ଜଡିତ ତବଲୀଗ ଜମାତ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ପୁଣି ଏକ ବଡ ଖୁଲାସା କରିଛନ୍ତି । ଏହି ମାମଲା ସହ ଜଡିତ ଏକ ରିପୋର୍ଟକୁ ଏସଆଇଟି ଗୃହ ମନ୍ତ୍ରଣାଳୟକୁ ପଠାଇଛି ।

ଏସଆଇଟି ଖୁଲାସା କରି କହିଛି ଯେ, ଅଲଗା ଅଲଗା ଦେଶରୁ ମରକଜକୁ ବହୁ ବିଦେଶୀ ଆସିଥିଲେ । 16 ଏପରି ବିଦେଶୀ ଜମାତ୍ ମଧ୍ୟ ଆସିଥିଲେ ଯେଉଁମାନେ ତବଲୀଗ୍ ଅଟନ୍ତି । ଯେଉଁମାନଙ୍କ ବୟସ 15 ରୁ 18 ବର୍ଷ ଅଟେ ।

ଏଠାରେ ସବୁଠାରୁ ମୁଖ୍ୟ କଥା ହେଉଛି ଏନେଇ କୌଣସି ଚାର୍ଜସିଟ୍ ଦାଖଲ କରାଯାଇନାହିଁ । ହାଇକୋର୍ଟର ଆଦେଶରେ ସେମାନଙ୍କୁ ଏବେ ଦିଲ୍ଲୀର ଅଲଗା ସେଣ୍ଟରରେ ରଖାଯାଇଛି । କେନ୍ଦ୍ର ସରକାର ମଧ୍ୟ ଏନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ଏପଟେ ବର୍ତ୍ତମାନ ଦିଲ୍ଲୀ ପୋଲିସ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ବ ତବଲୀଗ ଜମାତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଏହି ଜମାତୀ ମାନଙ୍କ ଉପରେ ଭିସା ନିୟମ ଉଲଙ୍ଘନର ମଧ୍ୟ ଆରୋପ ଲାଗିଛି । ଏହି ସମସ୍ତ ବିଦେଶୀ ଜମାତାମାନଙ୍କର ପାସପୋର୍ଟ ଜବତ କରାଯାଇଛି । ଏହାଛଡା ଏମାନଙ୍କ ଉପରେ ପର୍ଯ୍ୟଟନ ଭିସା ଆଧାରରେ ଭାରତ ଆସିବା ପରେ ଧାର୍ମିକ ସମ୍ମୀଳନୀରେ ଯୋଗ ଦେଇଥିବା ନେଇ ମଧ୍ୟ ଆରୋପ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.