ETV Bharat / bharat

ଭଙ୍ଗ ହେଲା କ୍ୟାବିନେଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା

author img

By

Published : Nov 13, 2020, 10:01 PM IST

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ଆଜି ବିହାରରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ 16 ତମ କ୍ୟାବିନେଟ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଧିକ ପଢ଼ନ୍ତୁ...

ଭଙ୍ଗ ହେଲା କ୍ୟାବିନେଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା
ଭଙ୍ଗ ହେଲା କ୍ୟାବିନେଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ଆଜି ବିହାରରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ 16ତମ କ୍ୟାବିନେଟ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ତାଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏହାସହ ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ।

ନୀତିଶ କୁମାରଙ୍କ ଇସ୍ତଫା ପରେ ବିହାର ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି । ନଭେମ୍ବର 15 ତାରିଖରେ ବିହାରରେ ଏନଡିଏ ଦଳର ବୈଠକ ବସିବ । ଏହି ବୈଠକରେ ବିଜୟୀ ହୋଇଥିବା ବିଧାୟକମାନେ ନିଜ ନେତା ବାଛିବେ । ଏହାପରେ ବିହାରରେ ନୂତନ ସରକାର ଗଠନ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ବିହାରର କ୍ୟାବିନେଟ ବୈଠକ ପରେ ରାଜଭବନ ଅଭିମୁଖେ ବାହାରି ଯାଇଥିଲେ ନୀତିଶ କୁମାର । ସେଠାରେ ରାଜ୍ୟପାଳଙ୍କୁ ଭେଟି କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏହାପରେ ବିହାର ରାଜ୍ୟପାଳଙ୍କୁ ବିହାର କ୍ୟାବନେଟ ଭଙ୍ଗ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଆଜି (ଶୁକ୍ରବାର) ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସ ଭବନରେ ଜୋରଦାର ବୈଠକ ହୋଇଥିଲେ । ପ୍ରଥମେ ଏନଡିଏର ନିର୍ବାଚନୀ ବୈଠକ ହୋଇଥିଲା । ଏଥିରେ ବିହାର ଗଠବନ୍ଧନର ଚାରି ପ୍ରମୁଖ ଦଳର ନେତା ଯୋଗ ଦେଇଥିଲେ । ଏହାପରେ ବିହାର କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା ।

ନୀତିଶ କୁମାରଙ୍କ ଇସ୍ତଫା ପରେ ସଭିଙ୍କ ନଜର ବର୍ତ୍ତମାନ 15 ନଭେମ୍ବରରେ ହେବାକୁ ଥିବା ବିଧାୟକ ଦଳ ବୈଠକ ଉପରେ ରହିଛି। ଏହାପୂର୍ବରୁ ବିଜେପି ଓ ଜେଡିୟୁର ବିଧାୟକ ଦଳ ବୈଠକ ହେବ । ଏହାପରେ ସେହିଦିନ ଅପରାହ୍ଣ 12.30 ମିନିଟରେ ବିଧାୟକ ଦଳ ବୈଠକ ହେବ । ଏହାପରେ ବିହାରରେ ସରକାର ଗଢ଼ିବା ପ୍ରକ୍ରିୟା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.