ETV Bharat / bharat

କଥା ରଖିଲେ ନୀତିଶ ସରକାର, ମାଗଣା କୋଭିଡ ଭ୍ୟାକ୍ସିନକୁ କ୍ୟାବିନେଟର ମଞ୍ଜୁରୀ

author img

By

Published : Dec 15, 2020, 10:43 PM IST

ବିହାରର ସାଧାରଣ ଜନତାଙ୍କୁ ମାଗଣା କୋରୋନା ଟୀକା ଯୋଗାଇ ଦେବା ନେଇ ନିତିଶ କ୍ୟାବିନେଟଙ୍କ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ...

ପ୍ରତିଶ୍ରୃତି ପୁରଣ କଲେ ବିହାର ସରକାର, ମାଗଣା କୋଭିଡ ଭ୍ୟାକ୍ସିନକୁ ନିତିଶ କ୍ୟାବିନେଟର ମଞ୍ଜୁରୀ

ପାଟନା: ନିର୍ବାଚନରେ ଘୋଷଣାପତ୍ର ଅନୁଯାୟୀ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୃତି ପୁରା କରିବାକୁ ଯାଉଛନ୍ତି ବିହାର ସରକାର । ବିହାରର ସାଧାରଣ ଜନତାଙ୍କୁ ମାଗଣା କୋରୋନା ଟୀକା ଯୋଗାଇ ଦେବା ନେଇ ନିତିଶ କ୍ୟାବିନେଟଙ୍କ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହୋଇଛି ନିଷ୍ପତ୍ତି । ଭ୍ୟାକ୍ସିନ ଆସିବା ପରେ ବିହାରବାସୀଙ୍କୁ ମାଗଣାରେ ଟୀକା ଦିଆଯିବ ।

ବିହାର ବିଧାନସଭା ନିର୍ବାଚନରେ ମାଗଣା ଭ୍ୟାକ୍ସିନ ଯୋଗାଇଦେବା ନେଇ ଘୋଷଣା ପତ୍ରରେ ପ୍ରତିଶ୍ରୃତି ଦେଇଥିଲା । ତେବେ ଭୋଟ ହାତେଇବାକୁ ବିଜେପି ଏପରି ମିଛ ପ୍ରତିଶ୍ରୃତି ଦେଉଥିବା ନେଇ ସେତେବେଳେ ଅଭିଯୋଗ କରିଥିଲେ ବିରୋଧୀ ।

ବିହାର ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ କ୍ୟାବିନେଟ ବୈଠକରେ ମୋଟ 14ଟି ନିଷ୍ପତ୍ତି ଉପରେ ମୋହର ଲାଗିଛି । ଏଥିରେ ନିଯୁକ୍ତିକୁ ନେଇ ହୋଇଥିବା ନିଷ୍ପତ୍ତି ମଧ୍ୟ ସାମିଲ ରହିଛି । ସରକାରୀ ଓ ବେସରକାରୀ କ୍ଷେତ୍ରରେ 20 ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯିବ । ସେହିପରି 5 ବର୍ଷ ମଧ୍ୟରେ ସୁଶାସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଆତ୍ମନିର୍ଭର ବିହାରର 7 ନିଶ୍ଚୟ ପାର୍ଟ-2କୁ ମଧ୍ୟ ମିଳିଛି ମଞ୍ଜୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.