ETV Bharat / bharat

ବାରାମୁଲ୍ଲା ଶହୀଦ ପରିବାରକୁ ୩୬ ଲକ୍ଷ ସହ ଚାକିରି ଘୋଷଣା କଲେ ବିହାର ସରକାର

author img

By

Published : Aug 19, 2020, 6:33 PM IST

ଜମ୍ମୁ-କଶ୍ମୀରର ବାରାମୁଲାରେ ସୋମବାର ହୋଇଥିବା ଅ‌ତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଯବାନଙ୍କ ପରିବାରକୁ ୩୬ ଲକ୍ଷ ଲେଖାଁଏ ଅର୍ଥ ରାଶି ଘୋଷଣା କରିବା ସହ ଶହୀଦ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ଘୋଷଣଆ କଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଅଧିକ ପଢନ୍ତୁ...

ବାରାମୁଲା ଆକ୍ରମଣ: ଶହୀଦ ପରିବାରକୁ ୩୬ ଲକ୍ଷ ସହ ଚାକିରି ଘୋଷଣା କଲେ ବିହାର ସରକାର

ପାଟନା: ଜମ୍ମୁ-କଶ୍ମୀରର ବାରାମୁଲାରେ ସୋମବାର ହୋଇଥିବା ଅ‌ତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଯବାନଙ୍କ ପରିବାର ସକାଶେ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସହିଦ ସିଆର୍‌ପିଏଫ୍‌ ଯବାନ ଖୁସିଁଦ୍‌ ଖାନ ଓ ଲବକୁଶ ଶର୍ମାଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ତରଫରୁ ୩୬ ଲକ୍ଷ ଲେଖାଁଏ ଅର୍ଥ ରାଶି ଘୋଷଣା ହୋଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଶହୀଦ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୭ ତାରିଖରେ ଜମ୍ମୁ-କଶ୍ମୀର ପୋଲିସର ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ। ସେମାନେ ହେଉଛନ୍ତି ରୋହତସର ଘୋସିଆ କଳାର ବାସିନ୍ଦା ଖୁରସିଦ ଖାନ ଏବଂ ଜହାନାବାଦର ଲବକୁଶ ଶର୍ମା। ଆତଙ୍କବାଦୀମାନେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳର ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଉଭୟ ଶହୀଦଙ୍କ ମୃତଦେହ ମଙ୍ଗଳବାର ସେମାନଙ୍କ ପୈତୃକ ଗ୍ରାମରେ ପହଞ୍ଚିଛି । ସୂଚନାନୁସାରେ, ଡିଏମ୍ ନବୀନ କୁମାର, ଶହୀଦ ଲବକୁଶ ଶର୍ମାଙ୍କ ପରିବାରକୁ 11 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରାଯାଇଛି। ଏଥିସହ ତାଙ୍କ ପତ୍ନୀଙ୍କ ପାଇଁ ଏକ ସରକାରୀ ଚାକିରି ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ସୁରକ୍ଷା ବଳ ପକ୍ଷରୁ ଏହାର କଡ଼ା ଜବାବ ମଧ୍ୟ ଦିଆଯାଇଥିଲା। ସୁରକ୍ଷା ବଳ ସଙ୍ଗେ ସଙ୍ଗେ ସର୍ଚ୍ଚ ଅପରେସନ କରି ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର। ସେମାନେ ଲସ୍କର-ଇ-ତୋଏବାର ଆତଙ୍କବାଦୀ ବୋଲି କଶ୍ମୀର ଆଇଜିପି ବିଜୟ କୁମାର ସ୍ପଷ୍ଟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.