ନୂଆଦିଲ୍ଲୀ: ନିତି ଆୟୋଗର ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ । କୋରୋନା ଚିହ୍ନଟ ପରେ 48 ଘଣ୍ଟା ପାଇଁ ନିତି ଆୟୋଗ ବିଲ୍ଡିଂକୁ ସିଲ କଲା ପ୍ରଶାସନ । ସମ୍ପୂର୍ଣ୍ଣ ବିଲ୍ଡିଂକୁ ସାନିଟାଇଜ କରିବା ସହ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏନେଇ ଟ୍ବିଟ କରି ଜଣାଇଛି ନିତି ଆୟୋଗ । ସୂଚନାଯୋଗ୍ୟ, ଆଜି ସୁପ୍ରିମକୋର୍ଟର ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ରହିଛି । ମୃତ୍ୟୁ ସଂଖ୍ୟା 943 ରେ ପହଞ୍ଚିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1543ଟି କୋରୋନା ମାମଲା ସାମ୍ନାକୁ ଆସିବା ସହ 62ଜଣଙ୍କ ମୃତ୍ୟୁବରଣ ହୋଇଛି ।