ETV Bharat / bharat

ମୌସୁମୀ ପୂର୍ବରୁ ରକ୍ଷଣାବେକ୍ଷଣ ଓ ମରାମତି ସାରିବ ଏନଏଚଏଆଇ - ଏନଏଚଏଆଇ ମରାମତି

ଜାତୀୟ ରାଜପଥ ପ୍ରାଧିକରଣ (NHAI) ମୌସୁମୀ ପୂର୍ବରୁ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ତଥା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅଧିକ ପଢ଼ନ୍ତୁ...

NHAI to take maintenance
NHAI to take maintenance
author img

By

Published : May 27, 2020, 10:13 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା କାରଣରୁ ଲକଡାଉନର ଚତୁର୍ଥ ଚରଣ ଜାରି ରହିଛି । କୋରୋନା କଟକଣା କାରଣରୁ ଅନେକ ନିର୍ମାଣ କାମ ଠପ୍ ରହିଛି । ମାତ୍ର ଏପରିସ୍ଥଳେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ମୌସୁମୀ ପୂର୍ବରୁ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ତଥା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛି ।

ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ସମ୍ବନ୍ଧରେ ଶୀଘ୍ର ନିଷ୍ପତ୍ତି ନେବାକୁ ଏନଏଚଏଆଇର ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ଆର୍ଥିକ କ୍ଷମତା ଦିଆଯାଇଛି । ଜାତୀୟ ରାଜପଥକୁ ଚଳାଚଳ ସୁଗମ କରିବା ପାଇଁ ପ୍ୟାଚ୍ ହଟାଇବା ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏହାର ଆଞ୍ଚଳିକ ଅଧିକାରୀ (RO) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)କୁ ଜାତୀୟ ରାଜପଥକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଦେଇଛି । 30 ଜୁନ୍ 2020 ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରକ୍ଷଣାବେକ୍ଷଣ କାର୍ଯ୍ୟର ଅଗ୍ରଗତି ଉପରେ ନିୟମିତ ନଜର ରଖିବାକୁ ଏବଂ ନିୟମିତ ବ୍ୟବଧାନରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନଏଚଏଆଇ ମୁଖ୍ୟାଳୟ ଏହାର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସଫ୍ଟୱେୟାର - ଡାଟା ଲେକ୍ ମାଧ୍ୟମରେ ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବ । ମରାମତି କାର୍ଯ୍ୟ ପୂର୍ବରୁ ଏବଂ ପରେ ଫଟୋ ଅପଲୋଡ୍ ହେବ ଏବଂ ଅନ୍ୟାନ୍ୟ ମରାମତି ସୂଚନା ପ୍ରଦାନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.