ଲକ୍ଷ୍ନୌ: ବାହାଘର ପେଣ୍ଡାଲକୁ ଗଲା କୋରୋନା । ନବ ବିବାହିତ ଦମ୍ପତି କୋରୋନା ପଜିଟିଭ । ଜୁନ 18ରେ ଲକ୍ଷ୍ନୌର ଏକ ହୋଟେଲରେ ଆୟୋଜିତ ବିବାହରେ ବର ଓ କନ୍ୟା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବିବାହରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।
ସୂଚନାନୁଯାୟୀ, ବିବାହରେ 50 ରୁ ଅଧିକ ଲୋକ ସାମିଲ ହୋଇଥିଲେ । ସମସ୍ତଙ୍କୁ ଲକ୍ଷ୍ନୌ ଲୋକବନ୍ଧୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୁଅ ଘର ଲକ୍ଷ୍ନୌ ବାସିନ୍ଦା ହୋଇଥିବା ବେଳେ ଝିଅ ଘର ବିବାହ ପାଇଁ ଦିଲ୍ଲୀରୁ ଲକ୍ଷ୍ନୌ ଆସିଥିବା ଜଣାପଡିଛି । ତେବେ ବିବାହର କିଛିଦିନ ପରେ ହିଁ ଦୁହିଁଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖାଯାଇଥିଲା । 28 ଜୁନରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବିବାହରେ ସାମିଲ ସମସ୍ତଙ୍କର ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏବେ ସୁଦ୍ଧା ପରିବାରର ଅନ୍ୟ 8 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।
ଏହାସହ ଯେଉଁ ହୋଟେଲରେ ବିବାହ ଆୟୋଜନ ହେଉଥିଲା ସେଠାର କର୍ମଚାରୀଙ୍କୁ ମଧ୍ୟ କ୍ବାରେନଣ୍ଟାଇନରେ ରହିବା ସହ ତାଙ୍କର ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ତେବେ ନିକଟରେ ବିହାରରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠି ବିବାହରେ ଦୁଇ ଦିନ ପରେ ବର କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ