ETV Bharat / bharat

ଭାଙ୍ଗିପାରିବେନି ଟ୍ରାଫିକ ନିୟମ, ପୋଲିସର ଅଭିନବ ଯୋଜନା - ବେଙ୍ଗାଲୁରୁ ସଡକରେ ପୁତ୍ତଳିକା

ବେଙ୍ଗାଲୁରୁ ସଡକରେ ଏବେ ପୋଲିସଙ୍କ ସହ ସେମାନଙ୍କ ପୁତ୍ତଳିକା ମଧ୍ୟ ପହରା ଦେବେ । ଯେଉଁମାନେ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପ୍ରେରଣା ଦେବେ। ଅଧିକ ପଢନ୍ତୁ...

ଭାଙ୍ଗିପାରିବେନି ଟ୍ରାଫିକ ନିୟମ, ପୋଲିସର ଅଭିନବ ଯୋଜନା

author img

By

Published : Nov 29, 2019, 2:19 PM IST

ନୂଆଦିଲ୍ଲୀ: ଲୋକେ ଟ୍ରାଫିକ ନିୟମକୁ ସଠିକ୍ ରୂପରେ ପାଳନ କରନ୍ତୁ ସେଥିପାଇଁ ସରକାର ଅନେକ ଚେଷ୍ଟା କରୁଛନ୍ତି। କେତେବେଳେ ଟ୍ରାଫିକ ସପ୍ତାହ ପାଳନ କରାଯାଉଛି ତ ଆଉ କେତେବେଳେ ସୋସିଆଲ ମିଡିଆରେ ଚାଲୁଛି କ୍ୟାମ୍ପେନ। ହେଲେ ଏବେ ଏଥିପାଇଁ କର୍ଣ୍ଣାଟକର ବେଙ୍ଗାଲୁରୁ ପୋଲିସ ଏକ ଅଭିନବ ଉପାୟ ଖୋଜି ବାହାର କରିଛି। ଯାହାଦ୍ବାରା ଲୋକେ ଟ୍ରାଫିକ ନିୟମ ପାଳନ କରିପାରିବେ।

ବେଙ୍ଗାଲୁରୁ ସଡକରେ ଏବେ ପୋଲିସଙ୍କ ସହ ସେମାନଙ୍କ ପୁତ୍ତଳିକା ମଧ୍ୟ ପହରା ଦେବ। ଯେଉଁମାନେ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପ୍ରେରଣା ଦେବେ।

ବେଙ୍ଗାଲୁରୁ ପୋଲିସ ପକ୍ଷରୁ ସହରରେ ମୋଟ 200ଟି ପୁତ୍ତଳିକା ରଖିବାର ଯୋଜନା ରହିଛି । ଏହି ଷ୍ଟାଚ୍ୟୁ ଟ୍ରାଫିକ ପୋଲିସ ପୋଷକ ପିନ୍ଧିବା ସହିତ, ଚଷମା, ଟୋପି ପିନ୍ଧି ପ୍ରସ୍ତୁତ ରହିବେ । ତେବେ ବର୍ତ୍ତମାନ ସୁଦ୍ଧା ବେଙ୍ଗାଲୁରୁରେ 60ରୁ ଅଧିକ ସ୍ଥାନରେ ଏମାନଙ୍କୁ ପ୍ରସ୍ତୁତ କରାଯାଇଛି।

ବେଙ୍ଗାଲୁରୁ ଟ୍ରାଫିକ ପୋଲିସ କମିଶନର ରବିକାନ୍ତ ଗୌଡାଙ୍କ କହିବା ଅନୁସାରେ, ଲୋକେ ଅନେକ ସମୟରେ ଟ୍ରାଫିକ ପୋଲିସର ଅନୁପସ୍ଥିତିରେ ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି। ଯଦି ରାସ୍ତାରେ ଏପରି ଷ୍ଟାଚ୍ୟୁ ପୋଲିସ ଛିଡାହୋଇ ରହିବେ ତେବେ ଲୋକେ ନିୟମ ଭାଙ୍ଗିବା ପୂର୍ବରୁ ନିଶ୍ଚୟ ଡରିବେ । ଯେଉଁକାରଣରୁ ସେ ଏପରି ଯୋଜନା କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.