ଗାନ୍ଧୀନଗର: କାର ମାଲିକଙ୍କୁ ଭାରି ପଡିଲା ବିନା ନମ୍ବର ପ୍ଲେଟ ଗାଡି ଚଲାଇବା । ଆଉ ଏହି ଅଭିଯୋଗରେ ତାଙ୍କୁ ପାଖାପାଖି 10 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ । ଦେଶର ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ଏହା ସହିତ ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ ବେଶ ମୋଟ ଅଙ୍କର ଜୋରିମାନା ମଧ୍ୟ କଷାଯାଉଛି।
ହେଲେ ଗୁଜୁରାଟରେ ଜଣେ କାର ମାଲିକ ବିନା ନମ୍ବର ପ୍ଲେଟ ଗାଡି ଚଳାଇବାରୁ ତାଙ୍କୁ 9 ଲକ୍ଷ 80 ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି। ଏହା ଦେଶରେ ସର୍ବାଧିକ ପରିମାଣର ଜୋରିମାନା ବୋଲି କୁହାଯାଉଛି । ରାଜ୍ୟର ଅହମ୍ମଦାବାଦର ସିନ୍ଧୁଭବନ ରୋଜରେ ପୋଲିସ ଏକ ଦାମୀ କାର ମାଲିକଙ୍କୁ ଡ୍ରାଇଭିଙ୍ଗ ଲାଇଲେନ୍ସ, ବିନା ନମ୍ବର ପ୍ଲେଟରେ ଗାଡି ଚଳାଇବା ଏବଂ ଗାଡିର କାଗଜପତ୍ର ନଥିବା ଅଭିଯୋଗରେ 9 ଲକ୍ଷ 80 ଟଙ୍କାର ଜୋରିମାନା ଲଗାଇଥିଲା। ଗୁଜୁରାଟ ପୋଲିସ ବିଗତ କିଛି ମାସ ମଧ୍ୟରେ ପାଖାପାଖି 10ଟି ଦାମୀ କାରର ଚାଲାଣ କାଟି ସାରିଲାଣି।