ETV Bharat / bharat

ହ୍ବାଟ୍ସଆପର ନୂଆ ଫିଚର: 50 ଜଣଙ୍କ ସହ ଗ୍ରୁପ ଭିଡିଓ କଲ - ହ୍ବାଟ୍ସଆପର ନୂଆ ଫିଚର

ୟୁଜର୍ସଙ୍କୁ ମେସେଞ୍ଜରରେ ଏକ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଆସିବ । ଏହାସହ ଏହି ଲିଙ୍କ ଗ୍ରୁପ ଭିଡିଓ ଚାଟ୍ କରିବା ପାଇଁ ସମସ୍ତଙ୍କୁ ପଠାଇବାକୁ ହେବ । ଅଧିକ ପଢନ୍ତୁ...

ହ୍ବାଟ୍ସଆପର ନୂଆ ଫିଚର: 50 ଲୋକଙ୍କ ସହ ଗ୍ରୁପ ଭିଡିଓ କଲ

author img

By

Published : May 18, 2020, 7:12 PM IST

ସାନ ଫ୍ରାନସିସ୍କୋ: ଗତମାସରେ ଫେସବୁକ୍ ଏକ ଭିଡିଓ କନଫେରେନ୍ସିଂ ଟୁଲ ମେସେଞ୍ଜର ରୁମ୍ସ ବାହାର କରିଥିଲା । ଖବର ଅନୁସାରେ ଏବେ ଏହାକୁ ହ୍ବାଟ୍ସଆପରେ ଆଣିବାର ଯୋଜନା କରୁଛି ଫେସବୁକ୍ । ଏପରିକି ଏକ ଲାଟେଷ୍ଟ ଭର୍ସନରେ ଏହା ଅପଲୋଡ ହୋଇଥିବା ମଧ୍ୟ ଜଣାପଡିଛି ।

ୱାବେଟାଇନଫୋର ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ 2.20.163 ବେଟା ଅପଡେଟ ଭର୍ସନ ପାଇଁ ଫେସବୁକ ଏହି ଟୁଲ ଇନଷ୍ଟଲ କରିଛି । ଚାଟ୍ ଭିତରେ ସେୟାର ମେନୁ ଅପସନରେ ଏହି ରୁମ ଦେଖାଇବ । ଏହାଦ୍ବାରା ମେସେଞ୍ଜର ରୁମ କ୍ରିଏଟ ହେବା ସହ ଏଥିରେ ଥରକରେ 50 ଜଣ ଲୋକଙ୍କ ସହ ଗ୍ରୁପ ଭିଡିଓ କଲ ହୋଇପାରିବ । କୌଣସି ୟୁଜର ଏହି ରୁମରେ ଟାପ୍ କଲେ ଆପ୍ ଏକ ନୂଆ ଉଇଣ୍ଡୋ ଖୋଲିବ । ଏଥିରେ ଏହାକୁ ଚଲାଇବାର ଏକ ମେସେଜ ଆସିବ ।

ଏଥିରେ ୟୁଜର୍ସଙ୍କୁ ମେସେଞ୍ଜରରେ ଏକ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଆସିବ । ଏହାସହ ଏହି ଲିଙ୍କ ଗ୍ରୁପ ଭିଡିଓ ଚାଟ୍ କରିବା ପାଇଁ ସମସ୍ତଙ୍କୁ ପଠାଇବାକୁ ହେବ । ଏହି ଲିଙ୍କର ବିଶେଷତ୍ବ ଏହା ଯେ କାହାରି ହ୍ବାଟ୍ସଆପ୍ କିମ୍ବା ମେସେଞ୍ଜର ନଥିଲେ ବି ଏହା ସେମାନଙ୍କ ପାଖକୁ ଯିବ । ଆଉ ଏହାଦ୍ବାରା ସେମାନେ ଗ୍ରୁପ ଭିଡିଓ କଲରେ ସାମିଲ ହୋଇପାରିବେ ।

ତେବେ ରିପୋର୍ଟ ଅନୁସାରେ ଏହି ମେସେଞ୍ଜର ରୁମ୍ସ କେବଳ ଅଳ୍ପ କେତେକ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଯେଉଁମାନେ ଲାଟେଷ୍ଟ ହ୍ବାଟ୍ସଆପ୍ ବେଟା ଭର୍ସନ ବ୍ୟବହାର କରୁଥିବେ ସେମାନେ ଆଣ୍ଡଏଡ୍ର ଫୋନରେ ଏହି ସୁବିଧା ପାଇପାରିବେ । ସମସ୍ତ ଦେଶରେ ମଧ୍ୟ ଏହି ସୁବିଧା ମିଳବନି ବୋଲି ଫେସବୁକ୍ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.