ETV Bharat / bharat

ନିଯୁକ୍ତି ଖୋଜୁଥିବା ଆଶାୟୀଙ୍କୁ ଆତ୍ମନିର୍ଭର କରିବ NEP: ମୋଦି - ନିଯୁକ୍ତି ଖୋଜୁଥିବା ଲୋକଙ୍କୁ ଆତ୍ମନିର୍ଭର କରିବ NEP

ନୂତନ ଶିକ୍ଷା ନୀତି (NEP) ନିଯୁକ୍ତି ଖୋଜୁଥିବା ଲୋକଙ୍କୁ ଆତ୍ମନିର୍ଭର କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2020 କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, NEP କେବଳ ଏକ ନୀତି ନୁହେଁ ବରଂ ସମସ୍ତ ଭାରତୀୟଙ୍କ ଆକାଂକ୍ଷାର ସଂକଳନ ଅଟେ। ଅଧିକ ପଢନ୍ତୁ...

ନିଯୁକ୍ତି ଖୋଜୁଥିବା ଲୋକଙ୍କୁ ଆତ୍ମନିର୍ଭର କରିବ NEP: ମୋଦି

author img

By

Published : Aug 2, 2020, 3:03 PM IST

ନୂଆଦିଲ୍ଲୀ: ନୂତନ ଶିକ୍ଷା ନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ନୂତନ ଶିକ୍ଷା ନୀତି (NEP), ନିଯୁକ୍ତି ଖୋଜୁଥିବା ଲୋକଙ୍କୁ ଆତ୍ମନିର୍ଭର କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2020 କୁ ସମ୍ବୋଧିତ କରି ସେ କହିଛନ୍ତି ଯେ NEP କେବଳ ଏକ ନୀତି ନୁହେଁ ବରଂ ସମସ୍ତ ଭାରତୀୟଙ୍କ ଆକାଂକ୍ଷାର ସଂକଳନ ଅଟେ। ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ଏକ ମନ୍ତ୍ର ଦେଇଥିଲେ ଏବଂ କହିଥିଲେ, ଜୀବନରେ ଏହି ତିନୋଟି ଜିନିଷକୁ କେବେବି ବନ୍ଦ କରନ୍ତୁ ନାହିଁ - ସେ ହେଉଛି- ଶିକ୍ଷା, ପ୍ରଶ୍ନ ଏବଂ ସମାଧାନ । ଏଥିରେ ମାତୃଭାଷା ଏବଂ ବହୁଭାଷୀତା ଉପରେ ନୀତିର ଗୁରୁତ୍ୱ, ବିବିଧତା ଏବଂ ସ୍ଥାନୀୟ ପ୍ରସଙ୍ଗକୁ ସମ୍ମାନ ଦେବା ସହିତ ଭାରତର ଶାସ୍ତ୍ରୀୟ ଭାଷାର ମହତ୍ତ୍ୱକୁ ସ୍ୱୀକୃତି ଦିଆଯାଇଛି।

ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ ଅଥବା ଏହା ହେଉଛି ନୂତନ ଶିକ୍ଷା ନୀତି । ଶିକ୍ଷା ନୀତିରେ ଆଣିଥିବା ପରିବର୍ତ୍ତନ ଯୋଗୁଁ ଭାରତର ଭାଷା ଅଧିକ ବିକାଶ ହେବ । ଏହା କେବଳ ଭାରତର ଜ୍ଞାନ ବଢାଇବ ନାହିଁ ବରଂ ଏହା ଲୋକଙ୍କ ମଧ୍ୟରେ ଏକତା ମଧ୍ୟ ବଢାଇବ ବୋଲି ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2020 ରେ ଅଂଶଗ୍ରହଣ କରୁଥିବା ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ପ୍ରାୟ 10,000 ଛାତ୍ରଛାତ୍ରୀ ଏହି ହ୍ୟାକଥନରେ ଭାଗ ନେଇଛନ୍ତି। ଏହି ବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2020 ପ୍ରତିଯୋଗିତା ପାଇଁ 4.5 ଲକ୍ଷରୁ ଅଧିକ ଏଣ୍ଟ୍ରି ଗ୍ରହଣ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.